ଶାହିନ୍‌ ବାଗ୍‌ରେ ୧୪୪ ଧାରା ଜାରି : ବହୁ ସଂଖ୍ୟାରେ ସୁରକ୍ଷା ବଳ ନିୟୋଜିତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହିନ୍‌ବାଗ୍‌ଠାରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି। ସୁପ୍ରିମ୍‌କୋର୍ଟ ଶାହିନ୍‌ ବାଗକୁ ନେଇ ଆସନ୍ତା ୨୩ ତାରିଖରେ ଶୁଣାଣି କରିବେ। ଶାହିନ୍‌ ବାଗ ମାମଲାର ସମାଧାନ ନିମେନ୍ତ ପୂର୍ବରୁ ସୁପ୍ରିମ୍‌କୋର୍ଟ ଦୁଇଜଣ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଏଥିରେ କିଛି ସଫଳତା ମିଳିପାରିନାହିଁ। ଶାହିନ୍‌ ବାଗ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ଓ ନୋଏଡା ସଂଯୋଗୀକରଣ ରାସ୍ତା ବନ୍ଦ ରହିଛି। ଏଥିପାଇଁ କେତେଗୁଡିଏ ଶୋ’ରୁମ୍‌ ବି ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ, ହିନ୍ଦୁ ସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା କି ମାର୍ଚ୍ଚ ୧ରବିବାର ଦିନ ଶାହୀନ ବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇ ଦିଆଯିବ। ତେଣୁ ଏହାକୁ ଦେଖି ରବିବାର ସକାଳୁ ଶାହୀନ ବାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି। ତେବେ ଦିଲ୍ଲୀ ହିଂସା ପରେ ହିନ୍ଦୁ ସେନା ନିଜ ନିଷ୍ପତ୍ତି ବଦଳାଇଥିବାର ସୂଚନା ରହିଛି। କିନ୍ତୁ ପୋଲିସ୍‌ ଘଟଣାର ଗମ୍ଭୀରତାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ହିଂସାକାଣ୍ଡ ଘଟି ୪୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୨୦୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ମଧ୍ୟ ନିଜର କଡା ନଜର ରଖିଛି ପୋଲିସ୍‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ