ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନାରେ ବି ରାଜନୀତି

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଜଣେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାଲାଗି ଚାଲିଥିବା ଉତ୍ସବରେ ରାଜନୀତି ପସିଯିବାରୁ ଶିକ୍ଷକ ମାନଙ୍କୁ ବାର ଦୁଆର ହେବାକୁ ପଡିଛି । ଖବରରୁ ଜଣାଯାଇଛି ଯେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଆଜି ବିଦାୟ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ସରିଥିବାବେଳେ ଶାଳଣିଆଁ ସ୍କୁଲରେ ଉତ୍ସବ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଶାଳଣିଆଁର କିଛି ବ୍ୟକ୍ତି ଏହାକୁ ବିରୋଧ କରିବା ସହିତ ଏଠାରେ କରିପାରିବ ନାହିଁ ବୋଲି ରୋକଠୋକ ଭାବେ ଶୁଣାଇ ଦେଇଥିଲେ । ଫଳରେ ଶିକ୍ଷକ ନେତାମାନେ ଉତ୍ସବଟିକୁ ବ୍ରାହ୍ମଣୀକଳା ସ୍କୁଲରେ କରିବାପାଇଁ ନିଷ୍ପତି ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ । ରୋଷେଇପତ୍ର ଅଧା ସରିଥିବାବେଳେ କିଛି ବ୍ୟକ୍ତି ଯାଇ ଏହି ଉତ୍ସବ ଏଠାରେ କରିପାରିବ ନାହିଁ ବୋଲି ମନା କରିବାରୁ ବିଚରା ଶିକ୍ଷକ ନେତାମାନେ ବାର ଦୁଆର ବୁଲି ବୁଲି ଶେଷରେ ଜଣେ ବ୍ୟକ୍ତିଙ୍କ ଖଳାବାଡିରେ ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛନ୍ତି । ବିଦାୟ ସମ୍ବର୍ଦ୍ଧନାରେ ରାଜନୀତି ପସିବାରୁ ଏପରି ହେଲା ବୋଲି ଜଣେ ଶିକ୍ଷକ ନେତା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ