ଶିକ୍ଷକ ମହାସଂଘର ସଭାପତି ରାଜ୍ୟପାଳଙ୍କୁ ଭେଟିଲେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ)- ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶିକ୍ଷକ ମହାସଂଘର ସଭାପତି ତଥା ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜଗଦୀଶ ପ୍ରସାଦ ସିଂଘଲ ଆଜି ଏଠାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳ ସାକ୍ଷାତ କରିଥିଲେ । ପ୍ରଫେସର ସିଂଘଲ ମାନ୍ୟବର ରାଜ୍ୟପାଳଙ୍କ ସହ ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାବେଳେ ମହାସଂଘର ସର୍ବଭାରତୀୟ ଆଭ୍ୟନ୍ତରୀଣ ସମୀକ୍ଷକ ଡକ୍ଟର ପବିତ୍ର କୁମାର ରଥ, ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର କେ.ବି ଦାସ ଓ ପ୍ରପେସର ପି ସି ଅଗ୍ରୱାଲ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶିକ୍ଷକ ମହାସଂଘର ସଭାପତି ତଥା ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜଗଦୀଶ ପ୍ରସାଦ ସିଂଘଲ ଆସନ୍ତା ୨୭, ୨୮ ଓ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ୨୯ ତାରିଖ ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଆଂଚଳିକ ଶିିକ୍ଷା ପ୍ରତିଷ୍ଠାନଠାରେ ‘ଚିଠା ଜାତୀୟ ଶିକ୍ଷାନୀତି ୨୦୧୯’ଉପରେ ଏକ ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ମହାସଂଘର ଓଡ଼ିଶା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଆବାହକ ଡକ୍ଟର ପବିତ୍ର କୁମାର ରଥ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ