ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନ କର୍ମଶାଳା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ପହଣା କ୍ଲଷ୍ଟର ସ୍ଥିତ କୋଇଲଖା ପ୍ରାଥମିକ ବିଦ୍ୟାଳୟ ଓ ମଠଡିହ କ୍ଲଷ୍ଟର ସ୍ଥିତ ସୁନ୍ଦରପୁର ଦୋହରାପାଟଣା ଉପ୍ରା ବିଦ୍ୟାଳୟ ଠାରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନ ଶିକ୍ଷୟିତ୍ରୀ ଶିକ୍ଷକ କର୍ମଶାଳା ଗୁରୁବାର ଓ ଶୁକ୍ରବାର ସିଆରସିସି ଦିଲ୍ଲୀପ ଶେଖର ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇ ଯାଇଛି । କୋଇଲଖା ସ୍କୁଲରେ ଅନୁଷ୍ଠିତ କର୍ମଶାଳାରେ ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ସାମ୍ବାଦିକ ତଥା ଶିକ୍ଷାବିତ ଦୀପ୍ତି ରଂଜନ ନାୟ ମୁଖ୍ୟ ଅତିଥି, ନାନ୍ଦପୁର ନୃସିଂହ ନାଥ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଙ୍ଗୁଳି ଚରଣ ସେଠୀ, ପାଲଟପୁର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଗନ ବିହାରୀ ମହାନ୍ତି, ଭୂଇଁପୁର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଭାକର ଜେନା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚକ୍ରଧର ଜେନା, ପହଣା ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜୁଲତା ପୁହାଣ , ସିଙ୍ଗିପୁର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ସୁବୋଧ ଶେଖର ଖୁଣ୍ଟିଆ, ଅଙ୍ଗନୱାଡି କର୍ମୀ ମିନର୍ଭା ପ୍ରିୟ ଦର୍ଶନୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସେହିପରି ସୁନ୍ଦରପୁର ଦୋହରା ପାଟଣା ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ କର୍ମଶାଳାରେ ମଠଡିହ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି, ସୁନ୍ଦରପୁର ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଅଶୋକ ବେହେରା, ରମାକାନ୍ତ ମୁଦୁଲି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସ, ଦୋହରାପାଟଣା ପ୍ରାଇମେରୀ ସ୍କୁଲ ପ୍ରଧାନ ଶିକ୍ଷକ ବିଜୟ ଦେହୁରୀ, ବରିଷ୍ଠସିକ୍ଷୟିତ୍ରୀ ମିନତୀ ରାଣୀ ପୁହାଣ, ସୁନ୍ଦରପୁର ପ୍ରାଇମେରୀ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତି ନାୟକ, ପାରଡିଆ ସତ୍ୟ ନାରାୟଣ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଦୟକର ଜେନା, ମିଛ କବିତା ସାହିତ୍ୟ ସଂସଦ ଅନୁଷ୍ଠାନର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣ ସାମଗ୍ରୀ ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ଉପାଦେୟ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ । ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ପ୍ରଶିକ୍ଷଣ ସାମଗ୍ରୀକୁ ଦୁଇ କ୍ଲଷ୍ଟରର ଶିକ୍ଷୟିତ୍ରୀ ଶିକ୍ଷକ ପ୍ରଦର୍ଶିତ କରିଥବାରୁ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ମତ ପ୍ରକାଶ ପାଇଥିଲା ।


