ଶିକ୍ଷାଦାନଠାରୁ ଦୂରେଇ ନଯାଆନ୍ତୁ ଅବସରପ୍ରାପ୍ତ ଶିକ୍ଷକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସରକାରୀ ଵୃତ୍ତିରୁ ଅବସର ନେଉଥିଵା ଶିକ୍ଷକମାନେ କୌଣସି ନା କୌଣସି ଶିକ୍ଷାନୁଷ୍ଠାନ ସହିତ ଜଡିତ ରହି ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିଵା ଉଚିତ୍। ପିଲାମାନଙ୍କ ସହିତ ସମୟ ଵିତିଲେ ନିଜର ଏକଲାପଣ ଦୂରହେଵା ସହିତ ସେମାନଙ୍କୁ ଆତ୍ମସଂତୁଷ୍ଟି ମିଳିପାରିଵ ଵୋଲି ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ଵ୍ରହ୍ମା ପ୍ରକାଶ କରିଛନ୍ତି। ଶନିବାର କୋଣାର୍କ ନିକଟ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ଵିଦ୍ୟାପୀଠ ପରିସରରେ ଗୋପ ଵ୍ଲକ ଅନ୍ତର୍ଗତ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି। ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ଶିଵଦତ୍ତ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ଵର୍ଦ୍ଧନା ସଭାରେ ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ଵ୍ରହ୍ମା ମୁଖ୍ୟ ଅତିଥିରୂପେ ଯୋଗଦେଇ ନିଜ ବକ୍ତବ୍ୟରେ ଏହା କହିଛନ୍ତି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ, ଓଡ଼ିଶାର ସଭାପତି ସୁଶାନ୍ତ କୁମାର ନାୟକ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର, ଗୋପ ଏଵିଇଓ ଵିନୋଦିନୀ ମହାପାତ୍ର, ଅଲୋଷ୍ଟାର ପୁରୀ ଜିଲ୍ଲା ସଭାପତି ରାଜକିଶୋର ଜେନା, ଗୋପ ଵ୍ଲକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ସଭାପତି ଜମ୍ବେଶ୍ଵର ସ୍ୱାଇଁ, ଶିକ୍ଷକ ସମନ୍ୱୟ ସମିତିର ସାଧାରଣ ସଂପାଦକ ସରୋଜ କୁମାର ମିଶ୍ର, ସମାଜସେବୀ ନିରଞ୍ଜନ ସାହୁ ଓ ଏ.କେ.ଵିଦ୍ୟାପୀଠର ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ଵାରିକ ଯୋଗଦେଇ ଥିଲେ। ଏହି ଅଵସରରେ ଭୈରବ ନୋଡାଲ ଉ.ପ୍ରା. ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ମରଜିତ୍ କୁମାର ସେନଙ୍କୁ ଅତିଥିମାନେ ମାନପତ୍ର, ଶାଲ୍ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଏଥି ସହିତ ଦିହୁଡା ନୋଡାଲ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରଭାସିନୀ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଗୁନିଆଁ ପ୍ରକଳ୍ପ ଉ.ପ୍ରା. ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ପରିଡ଼ା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ମହାନ୍ତି ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ବିଦ୍ୟାଳୟ ଡାଳିମ୍ଵଗୋରଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସେଠୀଙ୍କୁ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ଚିତ୍ତରଞ୍ଜନ ଦାଶ, ରାଜଲକ୍ଷ୍ମୀ ମହାନ୍ତି, ଵାଵୁରାମ ସ୍ୱାଇଁ, ଗଙ୍ଗାଧର ରାଉତ, ଦେସ୍ଥଳୀ ସିଆରସିସି ଲିଙ୍ଗରାଜ ସ୍ୱାଇଁ ଓ କାଜଲଵାଳା ପରିଡ଼ାଙ୍କ ସମେତ ଅନ୍ୟ ଶିକ୍ଷକମାନେ ସମ୍ବର୍ଦ୍ଧିତ ଶିକ୍ଷକମାନଙ୍କର ଗୁଣଗାନ କରିଥିଲେ। ସାଧନକେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ସମ୍ଵର୍ଦ୍ଧନା ସମାରୋହ ପରିଚାଳନାରେ ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ମାନସ ମୁଦୁଲି, ଚିତ୍ରାଞ୍ଜଳି ନାୟକ, ନିହାରିକା ମହାନ୍ତି, ସୁଶାନ୍ତ ବେହେରା ଓ କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।