ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଛାତ୍ର ଓ ଯୁବ କଂଗ୍ରେସର ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ସ୍ମୃତିରଂଜନ ଜେନା, ସୌମ୍ୟ ରଂଜନ ଦାସ ଆଦି ଏହି ଦାବିପତ୍ର ବିଡିଓ ଅନୁପସ୍ଥିତ ଥିବାରୁ ଏବିଡିଓ ଦେବେନ୍ଦ୍ର ପ୍ରଧାନ ପ୍ରଦାନ କରିଛନ୍ତି । ଦାବି ମୁତାବକ ଜଗତସିଂହପୁର ଜିଲ୍ଲା ବିକାଶଶୀଳ ଜିଲ୍ଲା ଭାବେ ମାନ୍ୟତା ପାଇଥିବା ବେଳେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ । ଏହି ଜିଲ୍ଲାରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି । କରୋନା ମହାମାରୀ ଯୋଗୁ ପ୍ରାୟ ସମସ୍ତଙ୍କ ଜୀବନ ଜିବିକା ଉପରେ ପ୍ରଭାବ ପଡିଅଛି । ମହାମାରୀ ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ୯ ମାସ ହେବ ବନ୍ଦ ହୋଇଛି । ସରକାରଙ୍କ ତରଫରୁ ଅନଲାଇନ ପଠ ପଢା ଜାରି ରହିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟ ଫୋନ ନଥିବା ସହ ମାସିକ ରିଚାର୍ଜ କରିବା ପିଲାଙ୍କ ପକ୍ଷେ କଷ୍ଟ ସାଧ୍ୟ । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଖେଇ ଆସୁଥିବା ବେଳେ କୋଭିଡ ନିୟମ ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ଦାବିପତ୍ରରେ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ ବୋଲି ଏବିଡିଓ ଦେବେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏହି ବ୍ଳକରେ କିଛି ଦିନ ହେବ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର କିଛି ଅଧ୍ୟାପକ କୋଭିଡ ନିୟମ ଓ ସରକାରୀ ନିୟମ ନମାନି କୋଚିଁଂ ସେଂଟରରେ ଖୁଲମଖିଲା ଶିକ୍ଷାଦାନ କରୁଥିବା ଚର୍ଚ୍ଚା ଜୋର ଧରିଛି । ଏଥିପ୍ରତି ଜିଲ୍ଲା ପ୍ରଶସାନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ