ଶିକ୍ଷାନୁଷ୍ଠାନ ରେ ମୋବାଇଲ ଫୋନ କୁ ବ୍ୟାନ କରାଯାଉ?
ଯେତେ ବେଳେ ମୋବାଇଲ ଫୋନ ଭାରତ ରେ ପ୍ରଥମ ଥର ପାଇଁ ବ୍ୟବହାର କରାଗଲା ତାହା ନିଶ୍ଚିତ ଭାବରେ ସମସ୍ତ ଭାରତୀୟଙ୍କ ପାଇଁ ଏକ ନୂତନ ଯୁଗ ନେଇ ଆସିଲା। ଧିରେ ଧିରେ ମୋବାଇଲ ଫୋନ ସହର ଠାରୁ ଗାଁ ଯାଏଁ ସବୁଠି ବ୍ଯାପିଗଲା । ଆଜି ମନେ ହେଉଛି ବିନା ମୋବାଇଲ ଫୋନ ରେ ଜୀବନ କଟିବ କେମିତି?। ମୋବାଇଲ ଫୋନ ଆମ ଜୀବନ ର ଅଭିନ୍ନ ଅଙ୍ଗ ହୋଇ ପଡ଼ିଲାଣି। ଗରିବ ଠାରୁ ଗରିବ ଲୋକ ମଧ୍ଯ ଆଜି ମୋବାଇଲ ଫୋନ କବଳ ରୁ ବଞ୍ଚି ପାରୁନାହାନ୍ତି।ମୋବାଇଲ ଫୋନ ଦିନେ କେବଳ ପରସ୍ପର ସପର୍କ ର ସାଧନ ଥିଲା। ବର୍ତ୍ତମାନ ମୋବାଇଲ ଫୋନ ଫୋରଜି ଓ ଫାଇଭଜି ର ନେଟୱର୍କ ସହିତ ମାର୍କେଟ ରେ ଆସିଗଲା ପରେ ଆମ ଦୈନଦିନ ଜୀବନ ରେ ଅନେକ କିଛି ସମସ୍ୟା ର ସମାଧାନ ନେଇ ଆସିପାରିଛି। କିନ୍ତୁ ତା ସହିତ ଅନେକ ସମସ୍ୟା କୁ ମଧ୍ୟ ଜନ୍ମ ଦେଇଛି। ଅପରାଧୀ ତତ୍ତ୍ଵ ମୋବାଇଲ କୁ ଆଧାର କରି ଆମର ବ୍ୟକ୍ତିଗତ ଜୀବନ ଭିତରେ ଦଖଲ ଦେଉଛନ୍ତି ଏବଂ ନିଜ ଘରେ ବସି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି। କେବଳ ପଇସା ନୁହେ ବରଂ ତା ସହିତ ଶାନ୍ତି ଓ ବ୍ୟକ୍ତିଗତ ସମ୍ପର୍କ କୁ ମଧ୍ୟ ଛିନ ଭିନ୍ନ କରିବାରେ ସମର୍ଥ ହୋଇଛନ୍ତି।ବର୍ତ୍ତମାନ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀଙ୍କ ହାତରେ ସବୁଠାରୁ ସୋଫେଷ୍ଟିକେଟେଡ ମୋବାଇଲ ଫୋନ ଦେଖିବା କୁ ମିଳୁଛି।ଶିକ୍ଷା ଅନୁଷ୍ଠାନ ରେ ଯେଉଁ ପବିତ୍ରତା ରହୁଥିଲା ତାହା ମୋବାଇଲ ଫୋନର ପ୍ରବେଶ ଦ୍ଵାରା ନିଶ୍ଚିତ ଭାବରେ ବ୍ୟାଘାତ ହେଉଛି ।ଶିକ୍ଷ୍ୟାନୁଷ୍ଠାନ ଯେଉଁ ନାଇତିକତା ଓ ମୂଲ୍ୟବୋଧ କୁ ନେଇ ଯୁଗ ଯୁଗ ଧରି ଠିଆ ହେଇଥିଲା ତାହା ଆଉ ରହିନାହିଁ। ଆଜିର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭିତରେ ପୁରୁଣା ଆଦର୍ଶ ଦେଖିବା କୁ ମିଳୁନି। ଛାତ୍ର ଓ ଚାତ୍ରୀଙ୍କ ଭିତରେ ମଧ୍ୟ ଗୁରୁ ଭକ୍ତି ଓ ଗୁରୁ ପାଇଁ ସମର୍ପଣର ଭାବ ଦୁର୍ଲଭ ହୋଇଯାଇଛି।
କବିର ଦାସ ଗୁରୁ ଶିଷ୍ୟଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଇ କହିଥିଲେ ଯେ ” ଗୁରୁ କୁମ୍ଭାର ଶିଷ୍ୟ କୁମ୍ଭ ହେ, ଗଢି ଗାଢି କଢଇ ଖୋଟ। ଆନ୍ତର ହାତ ସାହାର ଦୈ ବାହୈଇ ଚୋଟ”।ଏହାର ଅର୍ଥ ହେଲା ସାଧାରଣ ଶିଷ୍ୟ ହେଉଛି ମାଟି ର ଗୋଲା ଶିକ୍ଷକ ସେହି ମାଟି ଗୋଲା ର ଭିତରେ ହାତ ଦେଇ ଓ ବାହାରେ ପିଟି ପିଟି ମାଟି ଭିତରୁ ଏକ ସୁନ୍ଦର ହାଣ୍ଡି ତିଆରି କରେ।ଶିଷ୍ୟ ଯେତେବେଳେ ଗୁରୁକୁଳ ପ୍ରବେଶ କରେ ସିଏ କଞ୍ଚା ମାଟି ପରି ଥାଏ । ଶିଷ୍ୟ ଭିତରେ ଥିବା ସମସ୍ତ ଅବଗୁଣ ଦୂର କରି ଗୁରୁ ଶିଷ୍ୟ ଭିତରେ ଗୁଣ ଭରି ଏକ ଶ୍ରେଷ୍ଟ ନାଗରିକ ତିଆରି କରିଥାଏ।ଗୁରୁକୁଳ ବିଦ୍ୟାଳୟ ଓ କଲେଜ ସବୁଗୁଡିକ ଅନୁଷ୍ଠାନ ଆମର ଆଗାମୀ ପିଡିଙ୍କୁ ଶ୍ରେଷ୍ଟ ନାଗରିକ ଓ ଶ୍ରେଷ୍ଟ ମଣିଷ ଗଡିବା ପାଇଁ ତିଆରି କରାଯାଇଅଛି ।କିନ୍ତୁ ଆଜିର ଶିକ୍ଷା ଅନୁଷ୍ଠାନ ରେ ଏ ମହତ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଯେଉଁଥି ପାଇଁ ଏକ ଉନ୍ନତ ସମାଜର କଳ୍ପନା ଆମେ କରିପାରୁନାହୁଁ ।ବିଗତ ଦିନ ଉତ୍ତର ପ୍ରଦେଶରେ ଗୋଟିଏ ଦଶମ ଶ୍ରେଣୀର ଛାତ୍ର ଓ ଅନ୍ୟ ତିନି ଜଣ ମିଶି ଶିକ୍ଷୟତ୍ରୀଙ୍କ ଏକ ଭିଡ଼ିଓ ଉଠାଇଥିଲେ ଓ ଶିକ୍ଷୟତ୍ରୀଙ୍କୁ ବ୍ଲାକମେଲ କରିଥିଲେ।ସେହିପରି ଅନେକ ସ୍ଥାନ ରେ ଶିକ୍ଷକଙ୍କ ଦ୍ଵାରା ଛାତ୍ରୀଙ୍କ ଭିଡିଓ ଉଠାଇବା ଓ ବ୍ଲାକମେଲ କରିବା ଖବର ମିଳିଛି।ଶିକ୍ଷକ ଭିଡିଓ ଉଠାଇ ଓ ଫୋଟୋଗ୍ରାଫ ଦେଖାଇ ଛାତ୍ରୀଙ୍କୁ ବଳତ୍କାର କରିବା ଦୃଷ୍ଟାନ୍ତ ବି ମିଳିଲାଣି।ଶିକ୍ଷାନୁଷ୍ଠାନ ରେ ପ୍ରଶ୍ନ ପତ୍ର ଲିକ ହେବା ଖବର ବିଭିନ୍ନ ଗଣମାଧ୍ୟମ ରେ ଅନେକ ଥର ପ୍ରକାସ ପାଇଥାଏ।ତେଣୁ ଏହି ଅଘଟଣ ଗୁଡିକୁ ଆଖିରେ ରଖି ଯଦି ମୋବାଇଲ ଫୋନ କୁ ଶିକ୍ଷାନୁଷ୍ଠାନରେ ବ୍ୟାନ କରାଯାଏ ତାହେଲେ ଫୋନ ଜନିତ ଘଟୁଥିବା ଅଘଟଣ ରୋକିଦିଆଯାଇ ପାରିବ।ବିଶ୍ଵ ରେ ଅନେକ ଦେଶର ସ୍କୁଲ ରେ ମୋବାଇଲ ଫୋନ କୁ ବ୍ୟାନ କରାଯାଇଛି।ଆମେରିକା ପରି ଗୋଟିଏ ଡେଭଲେପଟେଡ ଦେଶ ରେ ଏବଂ ଅନ୍ୟ କିଛି ୟୁରୋପିଏନ ଦେଶ ରେ ମୋବାଇଲ ଫୋନ କୁ ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ଦିଆଯାଉ ନାହିଁ। ସେହିପରି ନାଇଜେରିଆ , ବ୍ରାଜିଲ କମ୍ବୋଡିଆ ଓ ସାଉଦକୋରିଆ ପ୍ରଭୃତି ଦେଶ ର ସ୍କୁଲ କୁ ମୋବାଇଲ ନେବା ପାଇଁ ଅନୁମତି ଦିଆ ଯାଇନାହିଁ। କୌଣସି ଏକ ବଡ ଅଘଟଣ ଘଟିବା ପାଇଁ କଣ ଆମେ ପ୍ରତୀକ୍ଷା କରିବା?।ଏବଂ ତାପରେ ଶିକ୍ଷାନୁଷ୍ଠାନ ରେ ମୋବାଇଲ ଫୋନ ର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବା।ଶିକ୍ଷାନୁଷ୍ଠାନ ରେ କେବଳ ଛାତ୍ର ଛାତ୍ରୀଙ୍କ ମୋବାଇଲ ଫୋନ୍ ବ୍ୟବହାର ରେ କଟକଣା କଲେ ହେବନାହିଁ।ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଏହି ନିୟମ କୁ ମାନିବା କୁ ପଡ଼ିବ ।ଯଦି ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ କଲେଜ କୁ ମୋବାଇଲ ଫୋନ ନେବେ ତାହେଲେ ଶିକ୍ଷକଙ୍କ ଦ୍ଵାରା ହେଉଥିବା ମୋବାଇଲ ଜନିତ ଅପରାଧ ଉପରେ ଆମେ କେମିତି କଟକଣା କରିପାରିବା?।
କାଳୀ ଦାସ
ବ୍ରହ୍ମପୁର,
ଖୋଡାସିଂଙ୍ଗି କଳିଙ୍ଗନଗର,