ଶିକ୍ଷାବିତ ପ୍ରଭାତ ତ୍ରିପାଠୀଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସରକାରୀ ହାଇସ୍କୁଲର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ହାଇସ୍କୁଲର ପୂର୍ବତନ ଗଣିତ ଶିକ୍ଷକ ପ୍ରଭାତ ତ୍ରିପାଠୀଙ୍କ ବିୟୋଗରେ ଏକ ସ୍ମୃତିସଭା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନଛାତ୍ର ସଚିଦାନନ୍ଦ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନଛାତ୍ର ସଞ୍ଜୟ କୁମାର ରାଉତ, ସେକ ଖତିଫ, କମଳାକାନ୍ତ ବେହେରା, ମହମ୍ମଦ ନିଆଜ, ଜୀତେନ୍ଦ୍ର କୁମାର ରାଉତ, ସୁରେନ୍ଦ୍ର ମଣ୍ଡଳ, ସାବିର ଖାଁ, ଶିକ୍ଷାବୀତ ଇଶ୍ୱର ଚନ୍ଦ୍ର ସାହୁ, ହେମନ୍ତ କୁମାର ଜେନା,ସେକ ଜନ ପ୍ରମୁଖ ଯୋଗ ଦେଇ କେନ୍ଦ୍ରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଗଣିତ ଶିକ୍ଷକ ସ୍ୱାର୍ଗତଃ ତ୍ରିପାଠୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଲଦାଖର ଭାରତ ସୀମାରେ ଗଲଓ୍ୟାନ ଘାଟିର ସୀମାରେ ଚୀନସେନାଙ୍କ ସହ ଲଢି ସହିଦ ହୋଇଥିବା ୨୦ଜଣ ଭାରତୀୟ ସେନାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶିକ୍ଷକ ସ୍ୱର୍ଗତଃ ତ୍ରିପାଠୀ ଜଣେ ଆଦର୍ଶ, ଛାତ୍ରବତ୍ସଳ ଓ ଗୁଣଗ୍ରାହୀ ଶିକ୍ଷକ ଥିଲେ । ଜୀବନର ଶେଷ ଯାଏ ଶିକ୍ଷାଦାନକୁ ବଜାୟ ରଖିଥିଲେ । ଚଳିତ ମାସ ୧୩ ତାରିଖରେ ତାଙ୍କର ଦେହାନ୍ତରେ କେବଳ ଜୟିପୁରା ଅଂଚଳ ନୁହେଁ ସାରା କେନ୍ଦ୍ରପଡା ଜିଲ୍ଲାରେ ଶୋକର ଛାୟା ଖେଳାଇଦେଇଛି ।

 
             
						 
						 
						 
						 
						 
						
