ଶିକ୍ଷାବିତ ରବିନ୍ଦ୍ର ନାୟକଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ବିଶିଷ୍ଟଶିକ୍ଷାବିତ ରବିନ୍ଦ୍ର ନାୟକ(୬୮)ଙ୍କ ଅକାଳ ବିୟୋଗ ଘଟିଛି। ଗତ ଶୁକ୍ରବାର ଦିନ ନିଜ ବିଲକୁ କିଛି ଶ୍ରମିକଙ୍କୁ ନେଇ ସାର ବିଷ ପକାଇବାକୁ ଯାଇଥିଲେ। ସେଠାରୁ ଫେରିବାପରେ ଖାଇପିଇ ସୋଇବାପରେ ହଠାତ ଅସୁସ୍ଥ ଅନୁଭବ କଲେ। ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ସେ ହଦଗଡ଼ ଆଞ୍ଚଳିକ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକାରୀ ଅଵସର ନେଇଥିଲେ। ସେ ଜଣେ ଅମାୟୀକ ଭଦ୍ରବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କର ଏପରି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ସଙ୍ଗମ ଗ୍ରାମରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରିବା ପରେ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ