ଶିକ୍ଷାବିତ ଶଶିମଣୀଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଗୋପ ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ସମାଜସେବୀକା ଶଶିମଣୀ ବିଶ୍ୱାଳଙ୍କ ୯୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଶିକ୍ଷୟତ୍ରୀ, ପରୋପକାରୀ, ନିସ୍ୱାର୍ଥପର ମହିଳା ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ସେ ଶଙ୍ଖଣା ପ୍ରାଥମିକ ବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିବାବେଳେ ତାପରେ ପନ୍ଦାଡୋ ଓ ପରେ ହାଟଡିହିରେ ଶିକ୍ଷକତା କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ । ସେ ନାରୀ ଶିକ୍ଷାର ଉନ୍ନତିପାଇଁ ହାଟଡିହି ଠାରେ ଶଶିମଣୀ ବାଳିକା ବିଦ୍ୟାଳୟ ସ୍ଥାପନ କରିବା ସହିତ ହଟକେଶ୍ୱର ମନ୍ଦିରର ମୁଖଶାଳା, ଶଶିପୋଖରୀ ପ୍ରମୁଖ ନିର୍ମାଣକରି ତାଙ୍କ ମାନବିକ ମୁଲ୍ୟବୋଧର ପରିଚୟ ଦେଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ସୁଦାମ ଚରଣ ନାୟକ, ପୁର୍ବତନ ସରପଞ୍ଚ ନୃସିଂହ ସେଠୀ, ରଘୁନାଥ ରାଉତ, ଗଙ୍ଗାଧର ପରିଡା, ଅଭୟ ରାଉତ, ଦେବାଶିଷ ନାୟକ, ସୌରଭ ପରିଡା, ପାର୍ଥ ସାରଥୀ ନାୟକ, ଫକିର ପରିଡା, ଜଗ ମୋହନ ଖୁଣ୍ଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିôତଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଝିଅ ବାସନ୍ତୀଲତା ଜେନା ମୁଖାଗ୍ନି ଦେଇଥିବାବେଳେ ଜ୍ୱାଇଁ ବଟକୃଷ୍ଣ ବେହେରା, ପୁତୁରା ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ