ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ କଣ୍ଟାଡୋର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତା ମହାପାତ୍ର ଅବସର ଗ୍ରହଣ କରିଥିବା ବେଳେ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଉପଢ଼ୌକନ ଏବଂ ମାନପତ୍ର ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଏହା ସହିତ ଶ୍ରୀମତୀ ମହାପାତ୍ରଙ୍କୁ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ପେନସନ୍ ସମ୍ଵନ୍ଧୀୟ କାଗଜପତ୍ର ମଧ୍ୟ ପ୍ରଦାନ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ସଭାପତି ବସନ୍ତ ଜେନା, ସମ୍ପାଦକ ବାଳକୃଷ୍ଣ ସାବତ, ସଙ୍ଗଠକ ସନ୍ତୋଷ କୁମାର ପଟ୍ଟନାୟକ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା,ଶିକ୍ଷକ ସୁବ୍ରତ ପାତ୍ର,ବଲ୍ଲଭ ପଣ୍ଡା, ଶିକ୍ଷକ ଅଳିଅ ସ୍ଵାଇଁ, ସିଆରସିସି ଛାୟାକାନ୍ତ ମହାପାତ୍ର, ରମେଶ୍ ପାଣିଗ୍ରାହୀ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଶିକ୍ଷକ ସଂଘ ସମ୍ପାଦକ ବାଳକୃଷ୍ଣ ସାବତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସିଆରସିସି ଛାୟାକାନ୍ତ ମହାପାତ୍ର ମଞ୍ଚ ସଂଯାଜନା ଓ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ