ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ରାସ୍ତା ମରାମତି
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ର ବିଭିନ୍ନ ଅଞ୍ଚଳରେ ମେଗା ୱାର୍ଟର ପ୍ରୋଜେକ୍ଟ ନାମରେ ପାଇପ ବିଛାଇବା ପାଇଁ ଭଳ ରାସ୍ତା ଗୁଡିକ ଖେଳା ନିଷ୍ଟ କରିଦେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଗାଁକୁ ଏବେ ଆମ୍ବୁଲାନସ କିମ୍ବା ଦମକଳ ଟିଏ ଯିବା କଷ୍ଟକର ହୋଇ ପଡୁଛି । ଗତ କିଛିଦିନ ତଳେ ଇଶଳା-ଧାନଘର ରାସ୍ତାକୁ ଖୋଳି ପାଇପ ବିଛାଇଥିଲେବି ଠିକାସଂସ୍ଥା ପକ୍ଷରୁ ରାସ୍ତାଟିକୁ ଠିକ ଭାବେ ପୋତି ନଥିଲେ । ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହେବାସହ ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଆହତ ହୋଇଥିଲେ । ଏହି ରାସ୍ତାଦେଇ ଇଶଳା, ଧାନଘର, ଓସ୍ତପାଳ, ପରମାନନ୍ଦପୁର ଇଞ୍ଚୋଳ ଆଦି ଗ୍ରାମର ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେବି ବିଭାଗୀୟ କର୍ତ୍ତୁପକ୍ଷ କିମ୍ବା ଠିକା ସଂସ୍ଥା ଏବାବଦରେ କର୍ଣ୍ଣପାତ ନକରିବାରୁ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଏହି ରାସ୍ତାକୁ ମରାମତି କରିବାରେ ସକ୍ଷମ ହୋଇଛନ୍ତି । ଅନୁଷ୍ଠାନର ସଭାପତି ବିଶ୍ୱନାଥ ପ୍ରତାପ ଜେନାଙ୍କ ନେତୃତ୍ୱରେ ଉପସଭାପତି ତାପସ କୁମାର ନାୟକ, ପ୍ରବୀର କୁମାର ନାୟକ, ପ୍ରଦୀପ୍ତ କେଶରୀ ଧଳ, ଦୀପକ କୁମାର ଜେନା, ସରୋଜ କୁମାର ନାୟକ, ଅନିଲ କୁମାର ସାହା, ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ସିମେଣ୍ଟ, ବାଲି, ଚିପିସ, ମେଣ୍ଟଲ ସାହାଯ୍ୟରେ ରାସ୍ତାର ଏହି ଖାଲ ଗୁଡିକୁ ପୋତି ମରାମତି କରିଥିଲେ । ଏଥିରେ ଗ୍ରାମର ଗଦାଧର ରାଉତ, କ୍ଷୀରୁ ରାଉତ, ଶଶିକାନ୍ତ ପ୍ରଧାନ, ଅରୁଣ ପ୍ରଧାନ, ଭଗବାନ ରଣସିଂହ, ଜଳଧର ରାଉତ, ବାବନ ପ୍ରଧାନ, ଅକ୍ଷୟ ଜେନା ପ୍ରମୁଖ ସହଯୋଗ କରିଥିଲେ । ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସଂଗଠନର ଏପରି କାର୍ଯ୍ୟକୁ ସବୁ ମହଲରେ ପ୍ରସଂଶା କରାଯାଉଛି ।