ଶିବଶଙ୍କରଙ୍କ ସେବାରେ ସୁଦ୍ଧା ପ୍ରଧାନ

ଶିବଶଙ୍କରଙ୍କ ସେବାରେ ସୁଦ୍ଧା ପ୍ରଧାନ
ଶିବଶଙ୍କରଙ୍କ ସେବାରେ ସୁଦ୍ଧା ପ୍ରଧାନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ରୋଗୀ ହୋଇ ଆସିଥିଲେ ରୋଗୀ ସେବାରେ ଲାଗିଗଲେ ସୁଦ୍ଧା ପ୍ରଧାନ । ବୟସ ୬୮ ବର୍ଷ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅନ୍ତର୍ଗତ ବଡ ଖଇଡା ଗ୍ରାମରୁ ଦୀର୍ଘ ୧୭ ଦିନ ତଳେ ସେ ଅସୁସ୍ଥ ଥିବାରୁ ସେ ବ୍ରହ୍ମପୁର ସିଟି ହସପିଟାଲକୁ ଚିକିତ୍ସିତ ପାଇଁ ଆସିଥିଲେ । ହସପିଟାଲରେ ରହି ଚିକିତ୍ସିତ ହେଉଥିବା ସମୟରେ ହଠାତ୍ ହସପିଟାଲରେ ଜୀବନ ମରଣ ସହ ସଂଗ୍ରାମ ଜାରୀ ରଖିଥିବା ଶିବ ଶଙ୍କର ମେଡିକାଲରେ ପହଞ୍ଚିଥିଲେ । ଶିବ ଶଙ୍କର ଙ୍କ ସ୍ତ୍ରୀ ଓ ୫ ବର୍ଷର କୁନି ଝିଅ ଥିଲେ ମଧ୍ୟ ସାତଜନ୍ମ ଦିଅଁ ଦେବତାଙ୍କୁ ସାକ୍ଷୀରଖି ବିବାହ କରିଥିବା ସ୍ତ୍ରୀ ମଧ୍ୟ ଅଲୋଡା କରିଦେଇଥିଲା । ଏଭଳି ସ୍ଥିତିରେ ଦେବଦୁତ ଭଳି ରୋଗୀ ହୋଇ ଆସିଥିବା ସୁଦ୍ଧା ପ୍ରଧାନ ଶିବଶଙ୍କରଙ୍କ ଦୁଖ ସହିନପାରି ସେବା ଆରମ୍ଭ କରିଛନ୍ତି ସୁଦ୍ଧା ପ୍ରଧାନ , ଦୀର୍ଘ ୧୭ ଦିନ ଧରି ମେଡିକାଲରେ ରହି ସୁଦ୍ଧା ପ୍ରଧାନ ରହି ଶିବ ଶଙ୍କରଙ୍କ ସେବା ରେ ରାତି ଦିନ ଏକ କରି ଲାଗିପଡିଛନ୍ତି । ସୁଦ୍ଧା ପ୍ରଧାନଙ୍କ ଏହି ମାନବିକତା ପାଇଁ ରାଜନେତା ଠାରୁ ଆରମ୍ଭ କରି ବୁଦ୍ଧି ଜୀବି ମହଲରେ ଢେର ପ୍ରଂଶସା କରାଯାଇଛି । ଅନ୍ୟ ପଟେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସମସ୍ତ ଦିଗରୁ ସହାୟତା ନିମନ୍ତେ ସାହାର୍ଯ୍ୟର ସୁଅ ଛୁଟିବାରେ ଲାଗିଥିବା ବେଳେ ତାଙ୍କର ଉନ୍ନତ ମାନର ଚିକିତ୍ସା ନିମନ୍ତେ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ