ଶିବାନନ୍ଦ ଆଶ୍ରମରେ ଶିକ୍ଷାରେ ସଂସ୍କାର ଶିର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଏବଂ ପ୍ରାଧ୍ୟାପକ ଭଗବାନ ପତ୍ରୀଙ୍କ ଆବାହକତ୍ୱରେ “ଶିକ୍ଷାରେ ସଂସ୍କାର” ଶିର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ଅଧ୍ୟାପକ ଅଜୟ ସାମଲ, ପଣ୍ଡିତ ସର୍ବେଶ୍ୱର ମିଶ୍ର, ଡଃ. ବଳରାମ ଲେଙ୍କା, ରମେଶ ଚନ୍ଦ୍ର ସାହୁ, ଗବେଷକ ନିରଞ୍ଜନ ମେକାପ, ଶିକ୍ଷାବିତ ନରୋତ୍ତମ ଜେନା, ମନୋରଞ୍ଜନ ତ୍ରିପାଠୀ, ଶିବ ପ୍ରସାଦ ନାୟକ, ଶ୍ରୀଧର ଭୋଳ, ଡଃ. ପ୍ରଭାସ ରଞ୍ଜନ ଲେଙ୍କା, ସୁରେନ୍ଦ୍ର ପଣ୍ଡା, କପାଳେଶ୍ୱର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ମେଜର ଭରତ ଚନ୍ଦ୍ର ଜେନା, ରିତାଞ୍ଜଳୀ ନାଥ ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ କି କି ସଂସ୍କାରର ଆବଶ୍ୟକତା ରହିଛି ଓ ସମାଜରୁ ଅସତ୍ୟ, ଅନ୍ୟାୟ, ଘୃଣା, ତିରସ୍କାର ପ୍ରଭୃତିକୁ ଦୂରକରି କିପରି ସୁସ୍ଥ ସମାଜ ଗଠନ କରାଯିବା ସହ ଉପଯୁକ୍ତ ସଂସ୍କାର ପାଇ ପିଲାମାନେ କିପରି ଭଲମଣିଷ ହୋଇପାରିବେ ସେହି କଥାବସ୍ତୁକୁ ଆଧାର କରି ମତ ଉତ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ଅନ୍ତେବାସୀ ଶ୍ରୀଧର ରାଉତ, ନୃସିଂହ ଦାସ, ଶିବାନୀ, ଗୀତାଞ୍ଜଳି ସ୍ୱାଇଁ, ମଞ୍ଜୁଲତା ସ୍ୱାଇଁଙ୍କ ସମେତ ବହୁ ଭକ୍ତ, ଶ୍ରଦ୍ଧାଳୁ ଓ ଶିକ୍ଷାପ୍ରେମୀମାନେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀଧର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ