ଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କୁ ଚଳିତବର୍ଷର ସୃଜନ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଧଉଳି •ରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ କଳା ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓଡ଼ିଶା ଲଳିତକଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଲଳିତକଳା ଏକାଡ଼େମୀର ପୂର୍ବତନ ସମ୍ପାଦକ ରବିନାରାୟଣ ରଥ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସୁବାଷ ରଥ, ମହାବିଦ୍ୟାଳୟର ସଦସ୍ୟା କମଳିନୀ ରଥ ପ୍ରମୁଖ ଯୋଗଦେଇ ପୁରସ୍କୃତ ଶିଳ୍ପୀଙ୍କୁ ଉତ୍ସାହିତ କରିବା ସହିତ ନିରବଚ୍ଛିନ୍ନ କଳା ସାଧନା ଶିଳ୍ପୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ବୋଲି ମତପ୍ରକାଶ କରିଥିଲେ । ଉତ୍ସବ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ଓ ସମ୍ପାଦକ ଫାଉଣ୍ଡେସନର କାର୍ଯ୍ୟଧାରା ଶିଳ୍ପୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ରହିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଦିଲ୍ଲୀର ମହମ୍ମଦ ନସିମ ଓ ଭୁବନେଶ୍ୱରର କେଶବ ଖାରାଙ୍କ ଚିତ୍ର ଶ୍ରେଷ୍ଠ ଚିତ୍ର ମାନ୍ୟତା ସହ ଉଭୟଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ଶ୍ରେଷ୍ଠ ଚିତ୍ର ଓ ଭାସ୍କର୍ଯ୍ୟ ମଧ୍ୟରେ ଓଡ଼ିଶାରୁ ସୁଶାନ୍ତ କୁମାର ସିଂସାମନ୍ତ, ସମରେନ୍ଦ୍ର ବେହେରା, ଅନିରୁଦ୍ଧ ଦାସ, ଦେବୀପ୍ରସାଦ ରାଉତ, ପବିତ୍ର ଦତ୍ତ, ଜୟଦ୍ରଥ ମଣ୍ଡଳ, ରାକେଶ ସିଂ, ନାଇଣ୍ଟିୱାନ ସରଫ, ପଶ୍ଚିମବଙ୍ଗରୁ ଭରତ ଦାସ, ସବିତା ବରୁଆ, ଦିଲ୍ଲୀପ ପାଲ, ବିପ୍ଲବ କର, ସୋମନାଥ ତାମ୍ଲି, ଚଣ୍ଡିଗଡ଼ରୁ ଲକ୍ଷ୍ମୀନ୍ଦର ସିଂ, ଅଭିଶେକ ତିୱାରୀ, ଛତିଶଗଡ଼ରୁ ଅନୁପମା ଦେ, ଚିକାଙ୍ଗୁଲାରୁ ଲିଙ୍ଗାରାଜୁ ଏମ୍ଏସ୍, ଇନ୍ଦୋରରୁ ପରଭେଜ ଅହମ୍ମଦ, ସ୍ୱପ୍ନିଲ ଜୈନ୍, ରାଜପାଲରୁ ଦିକ୍ଷାନ୍ତ ରାଜପାଲ, ବିଶାଖାପାଟଣାରୁ କୋଟାରାଜ ସୁରେନ୍ଦ୍ର ପ୍ରମୁଖଙ୍କୁ କଳା କ୍ଷେତ୍ରରେ ଚତୁର୍ଥ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ସବ ଦିନ ସକାଳ ୧୦ ଘଟିକାରେ ‘ଲାଇନ୍ସ ଇଟରନାଲ’ ଶୀର୍ଷକ ଡ୍ରଇଁ କର୍ମଶାଳାରେ ଅନ୍ୟ ଶିଳ୍ପୀମାନଙ୍କ ସହ ଧଉଳି •ରୁକଳା ମହାବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସମସାମୟିକ ଡ୍ରଇଁର ଉକ୍ରର୍ଷତା ପ୍ରତିପାଦିତ କରିଥିଲେ । ଅଧ୍ୟାପକ ଚନ୍ଦନ କୁମାର ସାମଲ, ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ୱାଇଁ ଓ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ, ନୃସିଂହ ଚରଣ ଓଝା, ଦେବଦତ୍ତ ସାହୁ ଓ ଦେବବ୍ରତ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନା କରିଥିଲେ ।