ଶିଳ୍ପ ପ୍ରତିଷ୍ଠା ପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ

ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ବଡସାହି ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି । ଶ୍ରୀ ପଟ୍ଟନାୟକ କଂଗ୍ରେସ ସମର୍ଥକ ଓ ସାଧାରଣ ଜନତାଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଲମା, ବେତନଟୀ, ଧର୍ମଶାଳା, ବଡସାହି ଆଦି ସ୍ଥାନରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ବିଜେଡିର କୁଶାସନ ଓ ଦୁର୍ନୀତି ଯୋଗୁଁ ବାଲେଶ୍ୱରବାସୀ ଅତିଷ୍ଠ ହୋଇପଡିଲେଣି ବୋଲି ସେ କହିଥିଲେ । ବିଗତ ୧୯ ବର୍ଷରେ ବାଲେଶ୍ୱରରେ କେତେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଛି ବୋଲି ବିଜେଡି ସରକାରଙ୍କୁ ସିଧାସଳଖ ପରୋକ୍ଷରେ ଟାର୍ଗେଟ କରିଥିଲେ ।ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୯ ବର୍ଷ ଶାସନ କାଳରେ ବାଲେଶ୍ୱରରେ ବିକାଶ କାହିଁକି ହୋଇପାରିଲା ନାହିଁ ବୋଲି ସେ କହିଥିଲେ । ବାଲେଶ୍ୱରର ବିକାଶ ପାଇଁ ଶିଳ୍ପାୟନ ଜରୁରୀ, ଆଉ ଶିଳ୍ପର ପ୍ରତିଷ୍ଠା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ମତ ରଖିଥିଲେ । ଏବଂ ବାଲେଶ୍ୱରରୁ ବେରୋଜଗାର ସମସ୍ୟାର ମୂଳୋତ୍ପାଟନ କରିବା ତାଙ୍କର ଲକ୍ଷ୍ୟବୋଲି ସେ ଜନତାଙ୍କୁ ଅଭିଭାଷଣରେ କହିଥିଲେ । ସ୍ଥାନୀୟ କଂଗ୍ରେସ କର୍ମୀ ଓ ଜନତାଙ୍କ ଉତ୍ସାହ ବାଲେଶ୍ୱରରେ ନିଶ୍ଚିତ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ