‘ଶିଶୁଚାଲାଣମୁକ୍ତ ଭାରତ’ ଶୀର୍ଷକ ଆଲୋଚନା ଚକ୍ର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ‘ଶିଶୁ ଚାଲାଣମୁକ୍ତ ଭାରତ’ଶୀର୍ଷକ ଏକ ଆଲୋଚନା ଚକ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ ଫାଉଣ୍ଡେସନ୍ ସହାୟତାରେ ପୁପୁଲ କଲଚୁରାଲ ସେଣ୍ଟର(ପିକକ୍) ଓ ‘ସାହାରା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲା ପରିଷଦ ସଭାପତି ସୋନମ ପଲେଇ ଉଦ୍ଘାଟନ ସହ ଶିଶୁ ଚାଲାଣ ରୋକିବାର ବିଭିନ୍ନ ଦିଗ ଉପରେ କହିଥିଲେ । ଏହାକୁ ରୋକିବାରେ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ କଡାକଡି କାର୍ୟ୍ୟକାରୀ କରିବା ସହିତ ବିଭିନ୍ନ ମହଲରୁ ଉଦ୍ୟମ ପାଇଁ ଶ୍ରୀମତୀ ପଲେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ପିକକ୍ ସଂସ୍ଥାର ନିର୍ଦ୍ଦେଶକ ଡ.ମିନାକ୍ଷୀ ପଣ୍ଡା, କଟକ ଏଚ୍ଏଏସ୍ ସଂସ୍ଥାର ସଭାପତି ତନୁଜା ମହାରଣା ଓ ଗଞ୍ଜାମ ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ ହରିହର ପାଢୀ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଶିଶୁ ଚାଲାଣ ରୋକିବା ଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ । ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପେଡ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂପାଦକ ଧୀରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ବୈଠକରେ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ , ସ୍ୱେଚ୍ଛାସେବୀ ଏବଂ ଆଇନଜିବୀ ମାନେ ଉପସ୍ଥିତ ଥିଲେ ।