ଶିଶୁବିଦ୍ୟା ମନ୍ଦିର କୁନ୍ତରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଜମନକିରା, (ଲିପନ ନାଏକ):କୁଚିଣ୍ଡା ବ୍ଲକ କୁନ୍ତରା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା l ଏଥିରେ ବଳରାମ ହାଇସ୍କୁଲ କୁସୁମୀ ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଡ. ବିହାରୀ ଲାଲ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜଳନ ପୂର୍ବକ କାର୍ଯ୍ୟକ୍ରମଟି ଆଗେଇ ନେଇଥିଲେ ଏବଂ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଅଚlଯ୍ୟ ଶ୍ରୀ ଯୁକ୍ତ ଜୟ ନାରାୟଣ ପଟେଲ ତାଙ୍କୁ ସାହାଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଡ଼ ବିହାରୀ ଲାଲ ପଟେଲ ଗାନ୍ଧିଜୀ ଙ୍କ ମହନୀୟତା ଦେଶପ୍ରତୀ ଅବଦାନ ତଥା ଆତ୍ମଜୀବନୀ ଉପରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହାପରେ ଉକ୍ତ ବିଦ୍ୟାଳୟ ର ଗୁରୁମା ସୁଶ୍ରୀ ସ୍ନେହଲତା ପଣ୍ଡା ଶାସ୍ତ୍ରୀ ଙ୍କ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ ଦେଇଥିଲେ ଏହା ପରେ ଗୁରୁମା ସୁଶ୍ରୀ ରାଜଶ୍ରୀ ସେଖେର ଦେଓ ଗାନ୍ଧୀଜୀ ଙ୍କ ବିଷୟ ରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଉକ୍ତ ଜୟନ୍ତୀରେ ବିଦ୍ୟାଳୟ ର ଗୁରୁମା ସୁଶ୍ରୀ ଅନିତା ଗୌଡ଼ ଏବଂ ସୁଶ୍ରୀ କ୍ରିଷ୍ଣା ଦେହୁରୀ ବୌଦ୍ଧିକ ପରିଚାଳନା କରିଥିଲେ। ଭକ୍ତ ଓରାମ ଅଥିତି ପରିଚୟ କରିଥିଲେ ଏବଂ ବିଦ୍ୟାଳୟ ର ପୂର୍ଣ୍ଣ ଚନ୍ଦ୍ର ପୃଷେଠ, ଗଗନ ଚନ୍ଦ୍ର ରଣା, ମୁକୁନ୍ଦ ସାହୁ, ଅଙ୍କିତ ପଟେଲ, ବିଜୟ କୁମାର ଦେହୁରୀ, ସରିତା କୈଳାଶ, ଦିପlଞ୍ଜଳୀ ମାଝୀ, ଆକାଂକ୍ଷା ପଟେଲ, ମୌସୁମୀ ନାଏକ, ମଧୁସ୍ମିତା କ୍ଷୀର, ଗୁରୁଜୀ ଗୁରୂମା ତଥା ସେବିକା ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ମୋଟ ୧୭୮ ଶିଶୁ ଉପସ୍ଥିତ ଥିଲେ l ପରିଶେଷରେ ବିଦ୍ୟାଳୟ ର ଗୁରୁମା ଶ୍ରୀମତୀ କଣିକା ପଟେଲ ଧନ୍ୟବାଦ୍ ଦେଇଥିଲେ ଏହାପରେ ପ୍ରସାଦ ସେବନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ