ଶିଶୁ ଅଧିକାର ଉପରେ ମହା ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଜାତୀୟ ମହିଳା ଓ ଶିଶୁ ଅଧିକାର ସମାବେଶ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଥମଥର ପାଇଁ ଜଣେ ୫ବର୍ଷର ଶିଶୁ ସମନ୍ଧିତା ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ନିଜର ଓଜସ୍ୱିନୀ ଭାଷଣରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିଭୂତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲ ମୋଡ଼ରେ ମହିଳାମାନଙ୍କ ସ୍ୱାଧୀନତା ଓ ମୌଳିକ ଅଧିକାର ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ସମାବେଶ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।
ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଡଃ ଉର୍ମିବାଳା ଦାସ କହିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭୂମିକା, କର୍ତ୍ତବ୍ୟ ଓ ଆତ୍ମନିର୍ଭରଶୀଳତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବବରଣୀ ପ୍ରଦାନ କରିଥିଲେ ଏବଂ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନଙ୍କର ହାତବାରିଶ ହେବା ଦ୍ୱାରା ରାଜ୍ୟରେ ମହିଳାଙ୍କ ପ୍ରଗତିରେ ମହାସଙ୍କଟ ଦେଖାଦେଇଛି । ଏଥିରୁ ମହିଳାମାନେ ନିଜକୁ ଦୂରେଇ ନ ରଖିଲେ, ଭବିଷ୍ୟତରେ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବତନ ସୂଚନା କମିଶନର ଶଶୀପ୍ରଭା ବିନ୍ଧାଣୀ କହିଲେ ଯେ, ସୂଚନା ଅଧିକାର ଆଇନକୁ ମହିଳାମାନେ ବହୁଳ ପରିମାଣରେ ବ୍ୟବହାର କରିଲେ ରାଜ୍ୟରେ ଦେଖା ଦେଉଥିବା ମହିଳାମାନଙ୍କ ଉପରେ ବଢୁଥିବା ଦୁର୍ନୀତି, ହିଂସା ଓ ନିଯ୍ୟାତନା ଲୋପ ପାଇପାରିବ । ବରିଷ୍ଠ ଆଇନ୍ଜୀବୀ ସୁଜାତା ଜେନା, ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିରୁ ନିଜକୁ ଦୂରେଇ ରଖିବାକୁ ସେ ମହିଳାମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଆରୋପ ଜନିତ ଅପରାଧ ଓ ମହିଳାଙ୍କ ଆଇନଗତ ଅଧିକାର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଡଃ ବାସୁଦେବ ସୁନାନୀ, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ମହିଳା ଓ ଶିଶୁକନ୍ୟାମାନଙ୍କ ଉପରେ ବଢୁଥିବା ହିଂସା ଓ ନିର୍ଯ୍ୟାତନାକୁ ରୋକିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଯେପରିଜି ଜଣେ ମହିଳା ପରବର୍ତ୍ତୀ ସମୟରେ ନିଜର ମୌଳିକ ଅଧିକାର ହାସଲ କରିବାକୁ ସମର୍ଥ ହୋଇପାରିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶରେ ପବ୍ଲିକ ଆଡ଼ମିନଷ୍ଟ୍ରେସନ, ଉତ୍କଳ ୟୁନିଭରସିଟିର ପୂର୍ବତନ ନିର୍ଦ୍ଦେଶିକା ଡଃ ସ୍ୱର୍ଣ୍ଣଲତା ତ୍ରିପାଠୀ ଯୋଗଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କର ସ୍ଥିତି ଏବଂ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଏହା ବିଶେଷଭାବେ ଜଣାକଥା ଯେ, ଆମ ଦେଶ ଓ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଉପଯୁକ୍ତ ସ୍ତରର ନୁହେଁ । ସେମାନଙ୍କର ଅବହେଳା, ପ୍ରବଞ୍ଚନା, ପୀଡ଼ନର ସମ୍ବାଦ ବହୁ ସମୟରେ ଆସୁଛି । ଶାସନ ପ୍ରଶାସନ ତଥା ନାଗରିକ ସମାଜ ଏ ଦିଗରେ ଅଧିକ ସମ୍ବେଦନଶୀଳ ଓ କ୍ର୍ରିୟାଶୀଳ ହେବାର ଆବଶ୍ୟକତା ଆମେ ସମସ୍ତେ ଅନୁଭବ କରୁଥାଏଁ । ଅନ୍ୟପକ୍ଷରେ ମହିଳାମାନେ ଯାବତୀୟ ଅଧିକ ସଂଗଠିତ ହୋଇ ସମୂହଶକ୍ତି, ଦାବୀ ଉପସ୍ଥାପନ, ନୀତିଗତ ଓକିଲାତି ଓ କାର୍ଯ୍ୟକୌଶଳଗତ ମୂଲଚାଲ ଜରିଆରେ ହକ୍ ହାସଲର ଉଦ୍ୟମ କରିବା ମଧ୍ୟ ଦରକାର । ଏହା ପୁଣି ନିରନ୍ତରଭାବେ ହେବା ଆବଶ୍ୟକ । ପ୍ରମୁଖ ବିଦ୍ୟାପୀଠ/ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ବୁଦ୍ଧିଜୀବୀ, ଗଣମାଧ୍ୟମଙ୍କର ମଧ୍ୟ ଏ ଦିଗରେ ସମର୍ଥନ ଓ ସହଯୋଗ ଜରୁରୀ । କାରଣ ଏହା ମହିଳା ସପକ୍ଷ କାର୍ଯ୍ୟ ମାତ୍ର ନୁହେଁ, ଏହା ଏକ ବୃହତ୍ତର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଆତ୍ମ ପରିଚୟରେ କହିବୁ ଯେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜ୍ୟସ୍ତରୀୟ ମହିଳା ମଞ୍ଚ ଯାହା ପ୍ରଧାନତଃ ମହିଳା ଓ ଶିଶୁ ଅଧିକାର ସାବ୍ୟସ୍ତ କରିବା ପାଇଁ କାର୍ଯ୍ୟ କରିଥାଏ । ଏହି ସଂଗଠନ କୌଣସି ପ୍ରକାର ପ୍ରୋଜେକ୍ଟ ବେସ କିମ୍ବା ଆର୍ଥିକ ଅନୁଦାନ ଉପରେ କାମ କରେନାହିଁ । କେବଳ ଅଧିକାର ରାଇଟ ବେସ୍ରେ ସେବା ଯୋଗ୍ୟ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କ୍ରିୟାଶୀଳ ମହିଳା ସ୍ୱୟଂ ସହାୟକ ଦଳ, ମହିଳା ଓ ଶିଶୁ ଅଧିକାର କର୍ମୀ, ଅଗ୍ରଣୀ ମହିଳା ଉଦ୍ୟୋଗୀ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ସଭ୍ୟପଦ ଓ ସହଯୋଗ ଥାଇ ଏକ ବୃହତ ମଞ୍ଚ ହେଉଛି ଷ୍ଟେଟ ପ୍ରୋଗ୍ରେସିଭ ୱମେନ୍ସ ଫୋରମ । ଆମେ ଜାଣୁ ଯେ ସରକାରୀ ବେସରକାରୀ ନିର୍ବିଶେଷରେ ବବିଧସ୍ତରରେ କିଛି ସମାଧାନ ନହେଲେ ମଧ୍ୟ ବିଭିନ୍ନ ସମୟରେ ମହିଳା ସମସ୍ୟା ସାମ୍ନାକୁ ଆସୁଛି । ବ୍ୟକ୍ତିଗତ ଭାବରେ ବିଚାରାଳୟରେ ଏବଂ ପ୍ରଶାସନିକସ୍ତରରେ କିଛି ପ୍ରତିକାରମୂଳକ ପ୍ରକ୍ରିୟା ଚାଲିଥିଲେ ମଧ୍ୟ, ତାହା ସମାଧାନର ବାଟ ବାହାରିପାରୁନି । ନ୍ୟାୟ ଅଧିକାରରୁ ବଞ୍ôଚତ ଏପରିକି ନିର୍ଯ୍ୟାତିତ ଅବସ୍ଥାରେ ବହୁମହିଳା ଅଛନ୍ତି । ପୁଣି କନ୍ୟାଭ୍ରୁଣ ଠାରୁ ଆରମ୍ଭ କରି ଜନ୍ମ ସୁରକ୍ଷା ଓ ପାଳନ, ଶିକ୍ଷା ଓ ଦକ୍ଷତା ବିକାଶ ସର୍ବୋପରି ସାମାଜିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ମହିଳା ମାନଙ୍କର ମୌଳିକ ଅଧିକାର ଯାହାର ବାସ୍ତବ ରୂପାୟନ ନିଶ୍ଚିତ ଏକ ରାଷ୍ଟ୍ରୀୟଦାୟ । ଏଥିରେ ସମ୍ବିଧାନ, ସରକାର, ଶିକ୍ଷିତବର୍ଗ, ବୃହତ୍ତର ସମାଜ ଏବଂ ଏହା ଅର୍ନ୍ତଗତ ସମସ୍ତ ସଂଗଠନ, ସମସ୍ତ ଅଂଶୀଦାର ବା ଷ୍ଟକ ହୋଲଡ଼ର । ଏହି ଦିଗରେ କିଛି ପ୍ରକ୍ରିୟା ଉଦ୍ୟମରେ ଆମେ ଭାଗିଦାର ହେବାର ଆବଶ୍ୟକତା ରହଛି । ଶେଷରେ ନିରୂପମା ରଥ ଶିଶୁମାନଙ୍କ ଉପରେ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।