ଓୟୁଜେର ତିର୍ତ୍ତୋଲ ବ୍ଲକ ୟୁନିଟ ସାଙ୍ଗଠନିକ ବୈଠକ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଓଡ଼ିଶା ୟୁନିୟନ ଜର୍ଣ୍ଣାଲିଷ୍ଟ ୟୁନିୟନ (ଓୟୁଜେ)ର ତିର୍ତ୍ତୋଲ ବ୍ଲକ ୟୁନିଟ ସାଙ୍ଗଠନିକ ବୈଠକ ସରଣୀ ଛକ ନିକଟ ରେ ଆଜି ଅନୁଷ୍ଠିତ ହୋଇଯାଇଛି।‌ ଉପଦେଷ୍ଟା ଗୌରାଙ୍ଗ ଚରଣ ସ୍ବାଇଁଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁର ଜିଲ୍ଲା ଜେଡ଼ିୟୁଜେର ଜିଲ୍ଲା ସଭାପତି ଶୁଭଙ୍କର ଜେନା, ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା, ପ୍ରତାପ କୁମାର ସିଂ, ତପନ ରାଉତରାୟଙ୍କ ସହ ତିର୍ତ୍ତୋଲ ବ୍ଲକ ଜେ ଡ଼ି ୟୁ ଜେ ର ସଭାପତି ଶ୍ରୀକାନ୍ତ ଦାଶ, ସମ୍ପାଦକ ଯଦୁମଣି ସାହୁ, ନିଶାକର ଦାସ, ମିହିର କୁମାର ନାୟକ, ଅଭିଷେକ ତ୍ରିପାଠୀ, କେଶବ ପଣ୍ଡା, ଦିଲ୍ଲୀପ ସାହୁ, ଅଭୟ କୁମାର ସାହୁ, ପ୍ରମୁଖ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ବୀମା ସହ ଜେଡ଼ିୟୁଜେ ର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ କିଭଳି ଭାବେ ସଦସ୍ୟ ସାମିଲ ହୋଇପାରିବେ ସେନେଇ ଆଲୋଚନା କରାଯାଇଥିଲା। ଶେଷରେ ଅଭିଷେକ ତ୍ରିପାଠୀ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବା ସହ ସଭା କାର୍ଯ୍ୟ ଶେଷ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ