ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ନେଇ ଜିଲ୍ଲା ସ୍ଥରୀୟ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ୟୁଥ ଫର ସୋସିଆଲ ଡେଭେଲୋପମେଣ୍ଟ ଓ ୟୁନିସେଫ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବୁଧୁବାର ଛତ୍ରପୁରର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ପରିସରରେ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ୭ ବ୍ଲକ ଯଥା ଛତ୍ରପୁର , ଗଞ୍ଜାମ, ଖଲ୍ଲିକୋଟ, ଚିକିଟି , ରଙ୍ଗେଇଲୁଣ୍ଡା , କୁକୁଡାଖଣ୍ଡି ଓ ଦିଗପହଣ୍ଡି ରୁ ପାଖାପାଖି ୭୦ ଜଣ ଆଇ.ସି.ଡି.ଏସ. ସୁପରଭାଇଜର ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି କର୍ମଶାଳରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶରତ ମହାରଣା , ଅତିରିକ୍ତ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସାଧନ ଚନ୍ଦ୍ର ଦାସ ଓ ଆକ୍ସନଏଡର ଜିଲ୍ଲା ସଂଯୋଜକ ବେଦବ୍ରତ ମାହୁନ୍ତ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ୧୪ ଟି ଗ୍ରାମ ପଞ୍ଚାୟତ କୁ ଶିଶୁ ଅନୁକୂଳ କରିବା ପାଇ ସମସ୍ତର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ବିଶେଷକରି ଶିଶୁ ମାନଙ୍କର ଅଧିକାର କୁ ସୁନିଶ୍ଚିତ କରିବା , ବିପଦ ଅବସ୍ଥାରେ ଥିବା ସମାଜର ବିଭିନ୍ନ ପରିବାର ଓ ଶିଶୁ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା , ସ୍ଥାନୀୟ ଶାସନ ବ୍ୟବସ୍ଥା ରେ ଶିଶୁ ମାନଙ୍କର ଭାଗୀଦାରିତାକୁ ସୁନିଶ୍ଚିତ କରିବା ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ବିପଦ ସୂଚନା , ବିପର୍ଯ୍ୟୟ ସମୟ ରେ ଶିଶୁ ମାନଙ୍କର ସୁରକ୍ଷା ,ପରିଚାଳନା ଓ ପରିଚାଳନା ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।ଶିଶୁ ମାନଙ୍କ ପାଇ ଜିଲ୍ଲାରେ ଉପଲବ୍ଧ ଥିବା ସରକାରୀ ଯୋଜନା ଓ ସେବା ଉପରେ ମଧ୍ଯ ଆଲୋଚନା କରାଯାଇଥିଲା । ଶିଶୁ ଅନୁକୂଳ ଗ୍ରାମ ପଂଚାୟତ କରିବା ପାଇ ଆବଶ୍ୟକ ହେଉଥିବା ଯୋଜନା ପ୍ରସ୍ତୁତି ପ୍ରାଣାଳି ବିଷୟରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାକୁ ୟୁଥ ଫର ସୋସିଆଲ ଡେଭେଲୋପମେଣ୍ଟର ପ୍ରକଳ୍ପ ସଂଯୋଜକ ଚନ୍ଦନ କୁମାର ସାହୁ , ବ୍ଲକ ସଂଯୋଜକ ବିପ୍ଲବ କୁମାର ବେହେରା , ବସନ୍ତ କୁମାର ମିଶ୍ର , ଚିନ୍ତାରଥୀ ପ୍ରଧାନ , ଲିପକ କୁମାର ବେହେରା , ଗୀତାଞ୍ଜାଳୀ ପାଣିଗ୍ରାହୀ , ପୁର୍ଣିମା ଦେ ଓ ମଧୁସମିତା ମହାନ୍ତି ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ