ଶିଶୁ ଆଶ୍ରୟସ୍ଥଳୀରେ ଯୌନ ନିର୍ଯ୍ୟାତନା ଅଭିଯୋଗ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଏଚଆଇଭି ସଂକ୍ରମିତ ଶିଶୁଙ୍କ ଆଶ୍ରୟସ୍ଥଳୀରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପ୍ରୟାସ ସଂସ୍ଥା ଉପରେ ଭବାନୀପାଟଣା ଉପଜିଲ୍ଲାପାଳ ତଥା ଭବାନୀପାଟଣା ଟାଉନ ଥାନା ପୋଲିସର ତଦନ୍ତ ଜାରୀ କରିଛନ୍ତି । ଗତକାଲି ବଲାଙ୍ଗୀର ଠାରେ ଆଠ ବର୍ଷୀଅ ଏଚଆଇଭି ସଂକ୍ରମିତ ଶିଶୁର ମାଁ ଜିଲ୍ଲା ଶିଶୁ ମଗଂଳ ସୁରକ୍ଷା କମିଟିରେ ଅଭିଯୋଗ କରିଥଲେ। ଅଭିଯୋଗକୁ ସଂସ୍ଥାର ମୁଖ୍ୟ ସରୋଜ ଦାସ ଭିତ୍ତିହୀନ ଦର୍ଶାଇ ଘଟଣାର ତଦନ୍ତ ଦଶ ଦିନ ମଧ୍ୟରେ ଶେଷ କରିବାକୁ ନିବେଦନ କରିଛନ୍ତି । ଜେଜେ ଏକ୍ଟ ଅନୁଯାୟୀ ଅଭିଯୋଗକାରୀ ନାବାଳିକାଙ୍କୁ ତାଙ୍କ ମା ଗତ ମାର୍ଚ୍ଚ ୨୫ ତାରିଖରେ କଳାହାଣ୍ଡି ଶିଶୁ ସୁରକ୍ଷା କମିଟିରୁ ନେଇଯାଇଥିଲେ । ତେବେ ଅଭିଯୁକ୍ତଙ୍କ ମା ତିନିମାସପରେ ଅଭିଯୋଗ ଦାଖଲ କରିଥିବାରୁ ତାହାର ତଦନ୍ତ ଅତ୍ୟନ୍ତ ସାପେକ୍ଷ ବୋଲି କମିଟି ପକ୍ଷରୁ କୁହାଯାଇଛି ।