ଶିଶୁ କନ୍ୟା ବିକଶିତ ହେଲେ ଦେଶ ବିକଶିତ ହେବ ହିଂଜିଳିକାଟୁରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳିକାଟୁ ସମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ  ବୁଧବାର ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଶିଶୁ କନ୍ୟା ବିକଶିତ ହେଲେ ଦେଶ ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, କନ୍ୟା ଭୃଣ ହତ୍ୟା ଏକ ଦଣ୍ଡନୀୟ ଅପରାଧ । କନ୍ୟା ଭୃଣ ହତ୍ୟା ନକରିବା ସହ ଏହାର ସୁରକ୍ଷା ସକାଶେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା , ପୁଅ ଝିଅଙ୍କ ସଂଖୃା ସମାନୁପାତ ରଖିବା ଏବଂ ଶିଶୁ କନ୍ୟାକୁ ବଂଚାଇ ରଖିବା ସହ ତାର ସମସ୍ତ ଅଧିକାର ବଜାୟ ରଖିବା ଦିଗରେ ସଚେତନ ହେବା ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରରେ ୩୭ଜଣ ଶିଶୁ କନ୍ୟାଙ୍କ ମା’ ମାନଙ୍କୁ କିଟ୍, ମାନପତ୍ର ପ୍ରଦାନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଳକ ଚାନ୍ଦୁଲି, ବୁରୁପୋଡ଼ା, ସିକିରି, ରାଳବ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ବେଲଗାଁ, ଗଣ୍ଡଳା, ଭାବନ୍ଦ, କଂଚୁରୁ, ସାରୁ, ବଡ଼ଖଣ୍ଡି, ମକରଝୋଳ ପଂଚାୟତର ସରଂପଚ, ସମିତିସଭ୍ୟ/ ସଭ୍ୟା, ୱାର୍ଡ଼ ସଭ୍ୟା, ଗ୍ରାମରୋଜଗାର ସେବକ, ଭାଣ୍ଡି ରବିନ୍ଦ୍ର, ଉମାଶଙ୍କର ସାବତ, ଲକ୍ଷ୍ମଣ ଗୌଡ଼, କେ. ଦୁର୍ଗା ପ୍ରସାଦ ରାଓ, ଗୌରୀ ସାହୁ ରାଜେଶ ସାହୁଙ୍କ ସମେତ ୩ ଶହରୁ ଉଦ୍ଧ୍ୱର୍ ମା , ବହୁ ଅଙ୍ଗନୱାଡ଼ି , ଆଶାକର୍ମୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ଜେ. ଲକ୍ଷ୍ମୀ, ସୋନାଲି ବେହେରା, ବାସନ୍ତି ଦେବୀ, ଉର୍ମିଳା ମହାପାତ୍ର ପରିଚାଳନା କରିଥିବା ବେଳେ ଆଲୋକ ପାତ୍ର, ଗିତାଂଜଳି ପାଢି, ସୁଜତା ପଣ୍ଡା, କିରଣବାଳା ପଣ୍ଡା, କବିତା ସାହୁ, ମମତା ଦେଇ, ମଂଜରି ପଣ୍ଡା, କନ୍ୟା କୁମାରୀ ପାଢି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ