ଶିଶୁ କଲ୍ୟାଣ କମିଟିର ୪ ଜଣ ନିଲମ୍ବିତ ଅବହେଳା ପ୍ରତି ମହିଳା ଏବଂ ଶିଶୁ ବିକାଶ ବିଭାଗର କଡା ଆଭିମୁଖ୍ୟ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ):ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି, ଉକ୍ତ ମାମଲା ଆଧାର ରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି, ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର,ନଅ ଦିନର ଏକ ଶିଶୁକନ୍ୟା ସହିତ ଜଡିତ ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତଦନ୍ତ ପରେ ଓଡ଼ିଶା ସରକାର ରାୟଗଡ଼ା ଶିଶୁ କଲ୍ୟାଣ କମିଟି ର ୪ଜଣ ସଦସ୍ୟ/ସଦସ୍ୟା ସମେତ ଅଧକ୍ଷଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ବିଷୟ ବର୍ତମାନ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି, ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୧ ମଇ, ୨୦୨୫ର ପତ୍ର ସଂଖ୍ୟା ୧୦୯୧୦, ୧୦୯୦୨,୧୦୯୩୪ ଏବଂ ୧୦୯୨୬ ମାଧ୍ୟମରେ ଏହି ନିଲମ୍ବନ ଆଦେଶ କୁ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଜାରି କରାଯାଇଥିବା କୁହାଯାଉଥିବା ବେଳେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପାଇଁ ଏହା ଏକ ଶକ୍ତ ଝଟକା ବୋଲି ଚର୍ଚ୍ଚା ହେଉଛି, ରାୟଗଡା ଶିଶୁ କଲ୍ୟାଣ କମିଟି ଦ୍ୱାରା ଶିଶୁ ସୁରକ୍ଷା ରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ସବୁ ତଦନ୍ତ ପ୍ରକ୍ରିୟା ରେ ଜଣାପଡିବା ପରେ ସରକାରଙ୍କ ତରଫରୁ ଏହି କଠୋର ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି,ପ୍ରକାଶ ଥାଉକି ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କୁ ବେଇଆଇନ ଭାବେ ଶିଶୁ ସନ୍ତାନ ହସ୍ତାନ୍ତର କରାଯାଇଥିବା ବିଷୟ ସାମ୍ନା କୁ ଆସିଥିଲା, ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରେ ବହୁ ଅନିୟମିତତା ଥିବା ବିଷୟ ସାମ୍ନା କୁ ଆସିଥିଲା I
ବିଶେଷ ସୂତ୍ର ରୁ ପ୍ରାପ୍ତ ତଥ୍ୟ ଆଧାର ରେ ଏହି ମାମଲାରେ ପାଞ୍ଚ ଦିନ ଧରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରିବାରେ ଶିଶୁ କଲ୍ୟାଣ କମିଟି ର ବିଫଳତା, ତା ୧୧. ୧୨. ୨୦୨୪ ର ଏକ ଅଣପଞ୍ଜିକୃତ ପୋଷ୍ୟ ସନ୍ତାନ ଗ୍ରହଣ ପତ୍ର ପାଇବା ସତ୍ତ୍ୱେ ନିଷ୍କ୍ରିୟତା ଅବଲମ୍ବନ କରିବା ଏବଂ ବେଆଇନ ଦଲିଲ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ନୋଟାରୀ ଏବଂ ଆଇନଯିବିଙ୍କ ଭୂମିକା ପ୍ରତି ଅବହେଳା ଆଦି ଅନେକ ଗୁଡିଏ ଅନିୟମିତତା ବିଷୟ ତଦନ୍ତ ରେ ସାମ୍ନାକୁ ଆସିଥିଲା। ଏହି ଭଳି ଅନିୟମିତତା ସବୁ ଜଣାପଡିବା ପରେ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ତା୧୫. ୧୨. ୨୦୨୪ରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେଵେ ଅଧକ୍ଷଙ୍କ ବ୍ୟତୀତ ଅନ୍ୟ କେହି କାରଣ ଦର୍ଶାଅ ନୋଟିସ ର ଜବାବ ରଖିବା ରେ ବିଫଳ ହୋଇଥିଲେ I ତେଵେ ଉତ୍ତର ସନ୍ତୋଷ ଜନକ ନଥିବା କାରଣ ରୁ ଏଭଳି ସମ୍ବେଦନଶୀଳ ମାମଲାରେ ଅବହେଳା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟି କୁ ଭଙ୍ଗ କରାଯିବା ପାଇଁ କୁଆଡେ ସୁପାରିଶ କରାଯାଇଥିବା କୁହାଯାଉଛି I ଯାହାର ପରିଣାମ ସ୍ୱରୂପ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଦସ୍ୟ ଶ୍ରୀ ଗାଗାରିନ୍ ସବର, ପ୍ରିୟଦର୍ଶିନୀ ମହାକୁଲ, କୈଳାସ ଚନ୍ଦ୍ର ପାଳ, ଜ୍ୟୋତ୍ସ୍ନା ମୟୀଙ୍କ ପାଢ଼ୀଙ୍କ ସମେତ ଅଧକ୍ଷ ବିଦୁଲତା ହୁଇକା ଙ୍କୁ ମଧ୍ୟ ନିଲମ୍ବନ ସକାଶୁ ଆଦେଶ ଜାରିକରାଯାଇଥିବା କୁହାଯାଉଛି I ଏହି ମାମଲା ର ତଦନ୍ତ ରିପୋର୍ଟ ରେ ସନ୍ତୋଷ ପ୍ରକାଶ କରି ଜିଲ୍ଲା ଶିଶୁ କଲ୍ୟାଣ କମିଟି ର ପ୍ରସ୍ତୁତିର ଅଭାବ, ଶିଶୁ କଲ୍ୟାଣ କମିଟି ପ୍ରୋଟୋକଲର ଅପର୍ଯ୍ୟାପ୍ତ ଜ୍ଞାନ ଏବଂ ଦୁର୍ବଳ ଓ ସଂକଟାଗ୍ରସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବାରେ ବିଫଳତା, ଅବହେଳା ଆଦି ପାଇଁ ବହିଷ୍କାର କରାଯାଇଥିବା ଜଣାପଡିଛି I ରାଜ୍ୟ ସରକାର ଏହି ସମସ୍ତ ଚାରି ଜଣଙ୍କୁ ଶିଶୁ କଲ୍ୟାଣ କମିଟି ସହ ଜଡିତ ସମସ୍ତ ରେକର୍ଡ ଆଦି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ହସ୍ତାନ୍ତର କରିବାକୁ ପତ୍ର ଯୋଗେ ନିର୍ଦ୍ଦେଶ ଜାରିକରିଥିବା ଜଣାପଡିଛି। ଏହି ଘଟଣା ଜିଲ୍ଲାରେ ଶିଶୁ କଲ୍ୟାଣ ପ୍ରକ୍ରିୟାର ତଦାରଖ, ଶିଶୁ କଲ୍ୟାଣ କମିଟି ର କାର୍ଯ୍ୟଶୈଳୀ ଓ ଦୋଷ ଦୁର୍ବଳତା କୁ ଉଜାଗର କରିଥିବା କୁହାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ