ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକସ୍ଥିତ ଶାଳିଜଙ୍ଗା ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବାବୁରାମ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଂପାଦକ ଦୁଃଶାସନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁର ଚରିତ୍ର ଗଠନରେ ମା’ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥିଭାବେ ପରିଚାଳନା ସମିତିର ସଭ୍ୟା ରାଜଲକ୍ଷ୍ମୀ ବେହେରା, ପ୍ରିୟଙ୍କା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଲିଲିବାଳା ଜେନା ଅଭିନୟ ମାଧ୍ୟମରେ ଶିକ୍ଷାଦାନ କିପରି କରାଯିବ ପ୍ରଦର୍ଶନ କରିଥିଲେ । ଉକ୍ତ କର୍ମଶାଳାରେ ୪୧ ଜଣ ମା ଅଭିଭାବକମାନଙ୍କୁ ନେଇ ଝୋଟି ପ୍ରତିଯୋଗିତା ଓ ପ୍ରଶ୍ନ ମଂଚ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହେନ୍ଦ୍ର ଗୁରୁଜୀ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।