ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ଯୌନ ମୁକ୍ତ ଓ ଶିଶୁ ଆଇନ ସମ୍ବନ୍ଧୀୟ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ପ୍ରଥମ କରି ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ଯୌନ ମୁକ୍ତ ଓ ଶିଶୁ ଆଇନ ସମ୍ବନ୍ଧୀୟ ଏକ କର୍ମଶାଳା ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଅଂଚଳର ସାମ୍ବାଦିକ ମାନଙ୍କୁ ନେଇ “ଭାଇ” ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଗଠନ ର ରାଜ୍ୟ ସଂଯୋଜକ ଦେବାନନ୍ଦ ମହନ୍ତ ଅଧ୍ୟକ୍ଷତା କରି ଶିଶୁ ସୁରକ୍ଷା, ଶିଶୁ ଅଧିକାର ଉପରେ ଆଲୋକପାତ କରିଥିଲେ l ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ସମ୍ପାଦକ ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହିଭଳି ଏକ ଗଠନ ମୂଳକ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଯାହାକି ସରକାରୀ ବେସରକାରୀ ସ୍ତରର ବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହ କୋଭିଡ ମହାମାରୀ ସମୟରେ ସାମ୍ବାଦିକମାନେ ଶିଶୁ ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି କୋଭିଡ ସଚେତନତା ବାର୍ତ୍ତା ପୁର,ପଲ୍ଲୀ, ସହରରେ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକ ମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଶିଶୁ ସୁରକ୍ଷା, କନ୍ୟା ସନ୍ତାନର ସୁରକ୍ଷା, ବାଲ୍ୟ ବିବାହ, ଶିଶୁମାନଙ୍କ ସାମାଜିକ ଓ ମାନସିକ ସ୍ତରରେ ବିକାଶ ଏବଂ କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ଏଥିରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା କୁମାରୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଧିକାରୀ ଶରତ କୁମାର ମହାରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲା ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନା ଚନ୍ଦ୍ର ଦାଶ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ତଥା ଆଇନଜୀବୀ ଅମିୟ କୁମାର ତ୍ରିପାଠୀଙ୍କ ସମେତ ବହୁ ସାମ୍ବାଦିକ ମାନେ ଶିଶୁ ସୁରକ୍ଷା ଆଇନ ଉପରେ ଆଲୋକପାତ କରିଥିଲେ। ଏଥିରେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଉପସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ,ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ,ଯୁଗ୍ମ ସମ୍ପାଦକ କେ. ସତ୍ୟନାରାୟଣ ରେଡ୍ଡୀ,କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ ମହାରଣା ଏବଂ ଗଞ୍ଜାମ ପ୍ରେସ କ୍ଲବର ସଭାପତି ଶବର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ଉପଦେଷ୍ଟା ଉମାକାନ୍ତ ବେହେରା, କ୍ଷେତ୍ରବାସୀ ସାହୁ, ସନ୍ତୋଷ ମିଶ୍ର, ବିସ୍ମୟ ପ୍ରଧାନ,ଅଜିତ ସ୍ୱାଇଁ, କ୍ଷୀରୋନ୍ଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର ନାହାକ, ଦେବବ୍ରତ ପଣ୍ଡା, ସନ୍ତୋଷ କୁମାର ସାହୁ, ଅଶୋକ କୁମାର ବେହେରା, ପ୍ରଦୀପ କୁମାର ସାହୁ, ଗୌରପ୍ରସାଦ ମହାପାତ୍ର, ଭଗବାନ ରାଉଳ,କିଶୋର ମହାନ୍ତି, କେ ରମେଶ, ବଟକୃଷ୍ଣ ରାଉଳ, ପ୍ରଦୀପ କୁମାର ପଣ୍ଡା, ଦୁର୍ଗାମାଧବ ପାଣିଗ୍ରାହୀ, ଲକ୍ଷ୍ମୀଚରଣ ପାଢ଼ୀ,ନୀଳାଞ୍ଚଳ ସେନାପତି ସହଦେବ ଗୌଡ, ଆର୍ ମୁରଲୀଧର ପ୍ରଧାନ, କେ ରଜନୀକାନ୍ତ ରେଡ୍ଡୀ, ମନୋଜ ପ୍ରଧାନ, ନୀଳାଞ୍ଚଳ ସେନାପତି, ବନବାସୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ।