ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କରସ୍ ୟୁନିୟନ ର ପୂର୍ବତନ ସଭାପତିଙ୍କ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କସ୍ ୟୁନିୟନ ର କାର୍ଯ୍ୟାଳୟ ପରିସରରେ ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ୟୁନିୟନର ପୂର୍ବତନ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ୍. ସିମାଂଚଳ ରେଡ୍ଡିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୟୁନିୟନ ର ବହୁ ଶ୍ରମିକ ମାନେ ଯୋଗ ଦେଇ ସ୍ୱର୍ଗତ ରେଡ୍ଡିଙ୍କ ଗୁଣାବଳୀ ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ପ୍ରଦୀପ ସେଠୀ, ବି. ବୈରାଗୀ ରେଡ୍ଡି, ଯୁଗଳ ଦାସ, ରାମେଶ୍ୱର ନାୟକ, ରବି ପ୍ରଧାନ, ମାଗୁଣି ବିଷୋୟୀ, ସିକେନ୍ଦର ଖାନ୍, କାମଦେବ ନାହାକ, ପଙ୍କଜ ସେଠୀ, ସି. ଏଚ୍ କ୍ରିଷ୍ଣା ରେଡ୍ଡି, ସୁଦର୍ଶନ ରାଉଳ, ଅଳକନାଥ ମିଶ୍ର, ଜି.କାନକା ରେଡ୍ଡି, ଶବର ଦାସ, ଏମ୍ ତାରଣେୟା ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।


