ଶୀତକାଳୀନ ଶିବିର ଉଦ୍ଯାପିତ
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରସ୍ଥିତ ମହର୍ଷି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାତଦିନ ଧରି ଚାଲିଥିବା ଜାତୀୟ ସେବା ଶିବିର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ୨୫ଜଣ ଛାତ୍ରଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ମିଶି ନିକଟରେ ଥିବା ହରେକୃଷ୍ଣ ବସ୍ତିରେ ସଫେଇ କାର୍ଯ୍ୟ, ପରିବେଶ ସୁରକ୍ଷା, ଏଡ୍ସ ସଚେତନତା, ବନ ସଂରକ୍ଷଣ, ଉତ୍ତମ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିଥିଲେ । ଏପରିକି ଭ୍ରୁଣହତ୍ୟାର କୁପରିଣାମ ବିଷୟରେ ଛାତ୍ରୀମାନେ ନାଟକ ମାଧ୍ୟମରେ ବସ୍ତିବାସିନ୍ଦାମାନଙ୍କୁ ସଚେତନ କରାଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ତଥା ଉଚ୍ଚଶିକ୍ଷା ପରିଷଦର ପୂର୍ବତନ ଉପସଭାପତି ପ୍ରଫେସର ହରିଶ୍ଚନ୍ଦ୍ର ପଟ୍ଟନାୟକ ଏବଂ ଅଧ୍ୟକ୍ଷ ଡଃ ଗୀତାଶ୍ରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଯାପନ ଶିବିରକୁ ଜାତୀୟ ସେବା ଯୋଜନାର ପରିଚାଳିକା ଅଧ୍ୟାପିକା ସସ୍ମିତା ସ୍ୱାଇଁ ପରିଚାଳନା କରିଥିଲେ ଏବଂ କର୍ମଚାରୀ ସୁଧାକର ବାରିକ ସମ୍ପୂର୍ଣ୍ଣ ସହଯେ।।ଗ କରିଥିଲେ ।


