ଶୀତ ଆସି ଗୀତ ଲେଖେ

ଶୀତ ଆସି ଗୀତ ଲେଖେ
ସବୁରି ମନରେ
ସେ ଗୀତେ ସ୍ବର ସଜାଏ
ପ୍ରୀୟା ତା କଣ୍ଠରେ (୦)
ସାତ ସ୍ବରେ ବାନ୍ଧିଛି ସେ
ଜୀବନ ତାହାର
ସା ରେ ଗା ମା ପା ଧା ନି ସା
ମୂଳ ଯେ ସ୍ବରର
ସେ ସ୍ବରକୁ ଖୋଜେ ପ୍ରୀୟା
ଜୀବନ ବୀଣାରେ
ଶୀତ ଆସି ଗୀତ ଲେଖେ– (୧)
କୋକିଳ କଣ୍ଠରେ ତା’ର
ବୀଣା ଜିଣା ସ୍ବର
ହୃଦୟକୁ ବଶ କରେ
କେତେ ଯେ ମଧୁର
ଯାଦୁକାରୀ କଣ୍ଠେ ତା’ର
କିମିଆ ସେ କରେ
ଶୀତ ଆସି ଗୀତ ଲେଖେ—(୨)
ଶୀତରେ ଶୀତ ତୋ ଗୀତ
ପ୍ରୀୟାର ଅଭୁଲା
ଗୀତ ସଙ୍ଗେ ଜୀଇ ଥାଏ
ଗୀତରେ ଚଗଲା
ମିତ ହୁଏ ଶୀତ ସଙ୍ଗେ
ଗୀତେ ପ୍ରାଣ ଭରେ
ଶୀତ ଆସି ଗୀତ ଲେଖେ
ସବୁରି ମନରେ————-(୩)

ରାଜ କିଶୋର ନାୟକ
ତଳବଙ୍ଗାଳ
କୁଶୁବେଣ୍ଟି
ବ୍ରହ୍ମଗିରି
ପୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ