ଶୁଖୀଲା ଖାଦ୍ୟ ବାଣ୍ଟିଲେ ସାହାଯ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ସାରା ଦେଶ କୁ ଗ୍ରାସ କରି ରଖିଛି । ଏହିପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ କରାଯାଉଛି ଏବଂ ସେମାନଙ୍କୁ ବିଭିନ୍ନ ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି l ରାଜ୍ୟକୁ ବାହାର ରାଜ୍ୟର ପ୍ରବାସୀ ଓଡ଼ିଆ ମାନେ ଆସୁଛନ୍ତି l ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ ଗୃହ ରେ ରଖାଯାଇ ଉତ୍ତମ ସେବା ଯୋଗାଇଦିଆଯାଉଛି l ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ର ଜାତୀୟ ରାଜପଥ ନିକଟରେ ଆଜି ଚାଲିଚାଲି ଓ ସାଇକେଲ ଓ ବସ୍ ଯୋଗେ ଯାଉଥିବା କିଛି ପ୍ରବାସୀ ମାନଙ୍କୁ ସାହାଯ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସେମାନଙ୍କୁ କିଛି ଶୁଖୀଲା ଖାଦ୍ୟ ବଣ୍ଟନ କରାଯାଇଛି ।
ସେହିପରି ସାହାଯ୍ୟ ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ର ଅଭିଷେକ ପଣ୍ଡାଙ୍କ ନେତୃତ୍ୱ ରେ ବହୁ ସଦସ୍ୟ ମାନେ ସ୍ଥାନୀୟ କଲେଜ ଛକ ନିକଟରେ ମଧ୍ୟ କିଛି ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନ ର ସଦସ୍ୟ ରଞ୍ଜନ ମହାରଣା, ଜିତେନ୍ଦ୍ର ନାହାକ, ପିଣ୍ଟୁ ବେହେରା, ବୁଚି, ଜତିନ ପଣ୍ଡା, ବସନ୍ତ ମହାରଥୀ, ପିଣ୍ଟୁ, ରାଜା ପଲାଇ ପ୍ରମୂଖ ଉପସ୍ଥିତ ରହି ଶତାଧିକ ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।