ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍ଲ୍ୟାଣ୍ଡ୍
ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ୨୦ ସହର ମଧ୍ୟରେ ୧୦ଟି ଭାରତରେ ରହିଛି । ଏହି ବିଷାକ୍ତ ବାୟୁ ଯୋଗୁ ଲାକେ ଆଜ୍ମା, ସିଓପିଡି, ଫୁସ୍ଫୁସ୍ କ୍ୟାନସର୍ ଏବଂ ହୃଦ୍ରୋଗ ଭଳି ଗମ୍ଭୀର ରୋଗ କବଳରେ ଘେରି ରହିଛନ୍ତି । ପ୍ରତିଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦେଖି ଲାଗୁଛି, ବୋଧହୁଏ ଏମିତି କୌଣସି ଗୋଟିଏ ସ୍ଥାନ ଥିବ, ଯିଏ ଏଭଳି ପ୍ରାଣଘାତକ ସମସ୍ୟାରୁ ନିଜକୁ ରକ୍ଷା କରିପାରିଥିବ । ଏକଥା କିନ୍ତୁ ସମ୍ପୂର୍ଣ୍ଣ ସତ । ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହାକୁ ୱାର୍ଲଡ୍ ହେଲ୍ଥ୍ ଅର୍ଗାନାଇଜେସନ୍ (ଡବ୍ଲୁଏଚ୍ଓ) ପକ୍ଷରୁ ସବୁଠୁ ସ୍ୱଚ୍ଛ ବାୟୁ ପ୍ରବାହିତ ସ୍ଥାନ ଭାବେ ବିବେଚିତ କରାଯାଇଛି । ଏଠାରେ ସମ୍ପୂର୍ଣ୍ଣ ଶୁଦ୍ଧ ବାୟୁମଣ୍ଡଳକୁ ଅନୁଭବ କରିପାରିବେ ଆପଣ । ୟୁରୋପୀୟ ଦେଶରେ ଆସୁଥିବା ଏହି ସ୍ଥାନର ନାମ ଫିନ୍ଲ୍ୟାଣ୍ଡ୍ । ଏହା ପଛର କାରଣ ହେଉଛି, ଦେଶର ପରିଷ୍କାର ପରିଚ୍ଛନ୍ନତା ଏବଂ ଯାନବାହନର ସଠିକ୍ ଯତ୍ନ । ଏହାସହ ପ୍ରଦୂଷଣ ସୃଷ୍ଟି କରୁଥିବା ଫ୍ୟାକ୍ଟ୍ରି ଏବଂ କମ୍ପାନୀକୁ ସହରଠୁ ବହୁ ଦୂରରେ ରହିବା ।


