ଶୁନ୍ୟ ସଡକ ଦୁର୍ଘଟଣା ଜନିତ ସଚେତନତା କାର୍ଯ୍ୟକ୍ରମ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ଶୁନ୍ୟ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଣିକ ସଂଘ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର, ମଦ୍ୟପାନ କରି ଗାଡି ନ ଚଳାଇବା , ଟ୍ରାଫିକ ନିୟମ ମାନିବା, ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଚଳେଇବାକୁ ନଦେବା , ଦ୍ରୁତ ଗତିରେ ଗାଡି ନଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ଲିଫଲେଟ ଏବଂ ଚକୋଲେଟ ବଣ୍ଟନ କରି ସଚେତନତା କରାଯାଇଥିଲା । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ରାଇକିଆ ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ଉପସଭାପତି ତିରୁପତି ଶୁବୁଦ୍ଧି, ସମ୍ପାଦକ ଦୁର୍ଯ୍ୟଧନ ଲେଙ୍କା, ଦ୍ୟୁତିକୃଷ୍ଣ ପଣ୍ଡା, ଶ୍ରୀନୁ ଆଚାରୀ, ସୁଶାନ୍ତ ସାହୁ, ସନ୍ତୋଷ ପାଢି, ସତ୍ୟବାନ ପାତ୍ର, ଆର. ମହେନ୍ଦ୍ର ପାତ୍ର, ଗଙ୍ଗା ପଣ୍ଡା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ