ଶେଯରେ ପୋଷା କୁକୁର ଶୁଆଉଥିଲେ…

ଆପଣ ନିଜ ପୋଷା କୁକୁରକୁ ବହୁତ ଭଲ ପାଆନ୍ତି ଏବଂ ତାକୁ ତା’ ଶେଯରେ ଶୁଆଉଛନ୍ତି, ତେବେ କିଛି ଅସୁବିଧା ନାହିଁ। ମାତ୍ର ଯଦି ଆପଣ ପୋଷା କୁକୁରକୁ ନିଜ ସାଙ୍ଗରେ ଶୁଆଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିଜ ସାଙ୍ଗରେ ପୋଷା କୁକୁରକୁ ଶୁଆଇବା ଫଳରେ ଏହାର ପ୍ରଭାବ ଆପଣଙ୍କ ନିଦ ଉପରେ ପଡ଼ିଥାଏ। ଏହା ଆପଣଙ୍କ ନିଦ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଆମେରିକାର ଆରିଜୋନାସ୍ଥିତ ମାୟୋ କ୍ଲିନିକ୍‌ କ୍ୟାମ୍ପସ୍‌ର ଗବେଷକ ଲିସ୍‌ କ୍ରେନ୍‌ଙ୍କ କହିବାନୁସାରେ ଅଧିକାଂଶ ଲୋକ ଶେଯ ଉପରେ ନିଜ ସହିତ ପୋଷା କୁକୁରକୁ ଶୁଆଇଥାନ୍ତି। ଏହା ଠିକ୍‌ ନୁହେଁ। କିଛି ଲୋକ ପୋଷା ଜନ୍ତୁ ସହ ଶୋଇବାରେ ସୁରକ୍ଷିତ ଓ ଆରାମ ମଧ୍ୟ ଅନୁଭବ କରୁଥିବା ଦେଖିବାକୁ ମିଳୁଛି। ମାତ୍ର ସ୍ବାସ୍ଥ୍ୟ ପ୍ରତି ଏହା ଠିକ୍‌ ନୁହେଁ ବୋଲି କ୍ରେନ୍‌ କହିଛନ୍ତି। ନିଦରେ କୌଣସି ସମସ୍ୟା ନ ଥିବା ୪୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ଉପରେ ୫ ମାସ ପର୍ଯ୍ୟନ୍ତ ରିସର୍ଚ୍ଚ କରାଯାଇଥିଲା। ଉଭୟ ପ୍ରତିଯୋଗୀ ଏବଂ ସେମାନଙ୍କ କୁକୁରଙ୍କ କାର୍ଯ୍ୟକଳାପ ଟ୍ରାକ୍‌ କରିବା ପାଇଁ ସେମାନଙ୍କ ଦେହରେ ଟ୍ରାକ୍‌ର ଲଗାଯାଇଥିଲା। ଗବେଷଣା ଫଳାଫଳରୁ ଜଣାପଡ଼ିଥିଲା ଯେ କେତେକ ବ୍ୟକ୍ତି ସେମାନଙ୍କ ପୋଷା କୁକୁର ସହ ଆରାମରେ ଶୋଉଥିଲେ। ମାତ୍ର ବାସ୍ତବରେ ସେମାନଙ୍କ ନିଦ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଥିବା ଗବେଷଣା ଫଳାଫଳରୁ ଜଣାପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ