ଶେରଗଡରେ ଦ୍ୱିତୀୟ ପର୍ଯ୍ୟାୟ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ
ଶେରଗଡ଼, (ଦେବୀ ପ୍ରସାଦ ଦାଶ): ଶେରଗଡ ବ୍ଳକରେ ଦ୍ୱିତୀୟ ପର୍ଯ୍ୟାୟ ସମୁହ ସ୍ୱାସ୍ଥ୍ୟ ଯାଞ୍ଚ ଓ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ ହୋଇଛି ଶେରଗଡ ବ୍ଳକ ଅନ୍ତର୍ଗତ ମହୁପଦର ଗ୍ରାମରେ ବିଡିଓ ସୁରଞ୍ଜନ ସାହୁଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ପରିବାରବର୍ଗଙ୍କ ନାମ ଫର୍ମରେ ଲେଖିଥିଲେ । ସ୍ୱାସ୍ଥ୍ୟକର୍ମୀ ମାନେ ଥର୍ମାଲ୍ ସ୍କ୍ରିନିଂ କରିବା ସହ ଶରୀରର ତାପମାତ୍ରା ମାପିଥିଲେ ।ଏହି କାର୍ଯ୍ୟକ୍ରମରେ ଏନଏମ ଚିତ୍ରଲେଖା ମଲ୍ଲିକ, ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀ, ଆଶାକର୍ମୀ ବିଷ୍ଣୁପ୍ରିୟା ଡାକୁଆ, ତାରିଣୀ ନାୟକ,ଶିକ୍ଷକ ପ୍ରଜ୍ଞା ସାହୁ ଓ ଟି.ଇଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


