ଶେରଗଡ଼ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଠାରେ ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଠାରେ ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭ ଉନ୍ମୋଚନ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ଶେରଗଡ଼ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ୧୪ ଟି କ୍ଲଷ୍ଟର ରୁ ଜଣ ଲେଖାଏଁ ପ୍ରଧାନଶିକ୍ଷକ, ଏଫଲନ ଶିକ୍ଷକ, ସମସ୍ତ କ୍ଳଷ୍ଟର ର ସି ଆର ସି ସି , ପୁର୍ବତନ ସିଆରସିସି ସର୍ବମୋଟ ରେ ୫୦ ଜଣଙ୍କୁ ସାମିଲ କରାଯାଥିଲା ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଶ୍ରୀଯୁକ୍ତ ଉପେନ୍ଦ୍ର ପାଢ଼ୀ,ବରିଷ୍ଠ ଜିଲ୍ଲା ଶିକ୍ଷା ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଭିରାମ ବିଶ୍ୱାଳ, ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ଖଲିକୋଟ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୈରିନ୍ଦ୍ରୀ କୁମାରୀ ଦଳାଇ ମହୋଦୟା , ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ ଡାକୁଆ, ପ୍ରଦୀପ କୁମାର ପୃଷ୍ଟି, ଏବଂ 4ଜଣ ସମ୍ବଳ ଶିକ୍ଷକ ଙ୍କ ଉପସ୍ଥିତ ରେ ନିପୁଣ ଓଡ଼ିଶା ୨୦୨୪ ଉନ୍ମୋଚନ କରାଯାଇଥିଲା । ପ୍ରଥମେ ଶ୍ରୀଯୁକ୍ତ ଅଭିରାମ ବିଶ୍ଵାଳ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ କରକମଳରେ ନିପୁଣ ଓଡିଶା ଲୋଗ ଉନ୍ମୋଚନ କରାଯାଇଥିଲା l ଏତେପାଶ୍ଚତ ସାମୁହିକ “ବନ୍ଦେ ଉତ୍କଳ ଜନନୀ” ଓ ନିପୁଣ ଓଡିଶା ସଂଗୀତ ପରିବେଷଣ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ବରେ ପ୍ରଥମ,ଦ୍ଵିତୀୟ , ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ନିର୍ଧାରିତ ମୋୖଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନର ଲକ୍ଷ୍ୟ , ନିପୁଣ ଓଡିଶା ର ପଞ୍ଚ ସୃତ୍ର, ନିପୁଣ ଓଡିଶା ର ଲକ୍ଷ୍ୟ ଓ ଉଦେଶ୍ୟ ତତସହିତ ଏହାକୁ ଆମ ବ୍ଲକ ରେ ସଫଳ ଗୋଷ୍ଠୀ ଶିକ୍ଷା ଅଧିକାରୀ,ସି ଆ ସି ସି ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ଅଭିଭାବକଙ୍କ ଦାୟିତ୍ୱ ଓ କର୍ତବ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ବ୍ଲକ ର ସମସ୍ତେ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଥିଲେ l ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରାଯାଇଥିଲା l