ଶେରଗଡ ପୋଲିସଦ୍ଵାରା ଗଞ୍ଜେଇ କାରବାର ର ଖୁଲାସା  : ୧୦୪୩ କିଗ୍ରା ଗଞ୍ଜେଇ ଜବତ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ ପୋଲିସ ଦ୍ୱାରା କିଛିଦିନ ହେଲା ବାଦଗଡ଼ ଗ୍ରାମରେ ଚାଲିଥିବା ଚୋରା ଗଞ୍ଜେଇ କାରବାର ର ଖୁଲାସା ହୋଇଛି । ଏହାକୁ ନେଇ ଶେରଗଡ ଥାନାରେ ଏକ ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ । ଗୁରୁବାର ସକାଳେ ଶେରଗଡ ଥାନା ରେ ଏକ ଖବର ଦାତା ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ବୁଧବାର ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ଖବର ପାଇଲେ ଯେ ବାଦଗଡ଼ ଗ୍ରାମର ଦୁଇଜଣଙ୍କ ଘରେ ଗଞ୍ଜେଇ ବହୁ ପରିମାଣରେ ମହଜୁଦ ଅଛି।ସେମାନେ ହେଲେ ପ୍ରଦୀପ ପ୍ରଧାନଓ ମଣ୍ଟୁ ବିଷୋୟୀ । ସଙ୍ଗେ ସଙ୍ଗେ ଶେରଗଡ ଥାନରୁ ଏସ୍ଡିପିଓ ଓ ଏସପି ଙ୍କୁ ଜଣା ଯାଇଥିଲ। ଏସ ପି ନିର୍ଦ୍ଦେଶ କ୍ରମେ ଶେରଗଡ ଥାନାର ଏସ ଆଇ ସତ୍ୟବାଦୀ ବେଣିଆ ନେତୃତ୍ବର ଏକ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ ବାଦଗଡ଼ ଗ୍ରାମରେ  ପ୍ରଦୀପ ପ୍ରଧାନ ଓ ମୁନା ବିଷୋୟୀ ଙ୍କ ଘରେ ଚଢ଼ାଉ କରି ଜଣଙ୍କ ଘରୁ ୪.୦୬ କିଗ୍ରା ଓ ଆଉ ଜଣଙ୍କ ଘରୁ ଚଢ଼ାଉ କରି ୬.୩୭ କିଗ୍ରା ଗଞ୍ଜେଇ ଜବତ କରିଥିଲେ।ପ୍ରଦୀପ ପ୍ରଧାନ ଗିରଫ କରିଥିବା ବେଳେ ମଣ୍ଟୁ ବିଷୋୟୀ କେଉଁଆଡ଼େ ପଳେଇ ଯାଇଥିଲା । ଫଳରେ ପୋଲିସ କେବଳ ପ୍ରଦୀପକୁ ହିଁ ଗିରଫ କରିଥିଲେ । ଏବଂ ମୋଟ ୧୦୪୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।ଏବଂ ndps act ଅନୁଯାୟୁ ତହସିଲଦାର ଙ୍କ ଉପସ୍ଥିତ ରହି ୪୦ବସ୍ତାରେ ଥିବା ୧୦୪୩ କିଗ୍ରା ଗଞ୍ଜେଇ କୁ ଜବତ କରିଛି । ଏଣିକି ସେରଗଡ଼ ଥାନା ଅଞ୍ଚଳରେ ଗଞ୍ଜେଇ କାରବାର କରିଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଏହି ଗଞ୍ଜେଇ କାରବାର ର ମୁଖ୍ୟ  ବୋଲାଉ ଥିବା ଆସାମୀ ମାନଙ୍କୁ ଗିରଫ କରାଯିବ । ସେରଗଡ଼ ଥାନା ପକ୍ଷରୁ  ଏହି ଗଞ୍ଜେଇ କାରବାର ଚାଲିଥିବା ଗ୍ରାମ ମାନଙ୍କରେ ରେଡ଼ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଶେରଗଡ ଥାନାରେ ୧୫୨/୨୨ ତାରିଖରେ ଏକ ମାମଲା ରୁଜୁ ହୋଇଛି । ପ୍ରଦୀପ ପ୍ରଧାନ କୁ ଗିରଫ କରି ଶେରଗଡ କୋର୍ଟ ପରେ ଆସିକା ଜେଲକୁ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ