ଶେରଗଡ଼ର ନରେନ୍ଦ୍ରପୁର, ବି ନୁଆଁପଲି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବାକୁ ଦାବି
ଶେରଗଡ଼,(ଦେବୀ ପ୍ରସାଦ ଦାସ): ସାରା ବିଶ୍ୱରେ କୋଭିଡ୧୯ ବା କରୋନା ଭୂତାଣୁ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ଏବେ ଏହା ଆମ ଭାରତରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଶେରଗଡ଼ ବ୍ଲକର କିଛି ଗ୍ରାମ ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଗାଁ ଗହଳିର ଲୋକଙ୍କ ମନରେ ଭୟାବହ ସୃଷ୍ଟି କଲାଣି ଏଥି ରେ ଶୁକ୍ରବାର ଶେରଗଡ଼ ବ୍ଲକର ପିତ୍ତଳ ଗ୍ରାମରୁ ଜଣେ ଦୋକାନୀ, ପିତ୍ତଳ ଛକରୁ ଜଣେ ଅଟୋ ଚାଳକ ଓ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବି ନୁଆଁପଲି ଗ୍ରାମରୁ ଜଣେ ବ୍ୟକ୍ତି କରୋନା ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କୁ ସକାଳେ ଶୀତଳା ପଲ୍ଲୀ ଟାଟା କୋଭିଡ ହସ୍ପିଟାଲକୁ ପଠାଯାଇଛି । ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବାର ଲାଗି ରହିଛି ପ୍ରଶାସନଙ୍କୁ ଲୋକ ମାନେ ନିବେଦନ କରିଛନ୍ତି କି ସେହି ଅଞ୍ଚଳର କଣ୍ଟେଣ୍ଟମେନ ଜୋନ ଭାବେ ଘୋଷଣା କରାଯାଉ । ସେହି ଅଞ୍ଚଳରେ କିଛି ଅସାଧୁ ଲୋକ ଚୋରାରେ ଦେଶୀ ମଦ ବିକ୍ରି କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ଏବଂ ପ୍ରଶାସନକୁ ଏ ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ସ୍ଥାନୀୟ ପଞ୍ଚାୟତ ବାସୀ ।