ଶେଷ ଦିବସରେ ଦୁଇ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକର ଦୁଇ ଗୋଟି ଗ୍ରାମ ପଞ୍ଚାୟତରେ ଶେଷ ଦିବସ ଡିସେମ୍ବର ୨୦ ତାରିଖ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସକେୱାଇ ) ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକର କେନ୍ଦୁବାଡି ଓ ମନ୍ଦାର ପଞ୍ଚାୟତରେ ଅନୁଷ୍ଠିତ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପୋଲାଇ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଦୁଇଟି ପରିଚାଳିତ ହୋଇଥିଲା। ବିଧାୟକ ଶ୍ରୀ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପୋଲାଇ ଓ ବିଡ଼ିଓ ଶ୍ରୀସାହୁ ସମସ୍ତ ହିତାଧିକାରଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ଜଣାଇବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଅଶୋକ କୁମାର ବିଷୋୟୀ, କେନ୍ଦୁବାଡି ସରପଞ୍ଚ ବିଜୟ କୁମାର ସ୍ବାଇଁ, ଓ ସମିତିସଭ୍ଯା ପ୍ରତିନିଧି ନରେନ୍ଦ୍ର ସ୍ବାଇଁ, ମନ୍ଦାର ପଞ୍ଚାୟତ ସରପଞ୍ଚ କାଳିଚରଣ ନାୟକ,ଓ ସମିତିସଭ୍ଯ କାର୍ତ୍ତିକ ଜେନା, ଏବଂ ଜିଲ୍ଲା ପରିଷଦ ସଦସ୍ଯା ସୁଚିତ୍ରା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ପଞ୍ଚାୟତର କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।