ଶୈବପୀଠ ଚଳଚଞ୍ଚଳ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଓ ଆଖପାଖ ଅଞ୍ଚଳରେ ମହାଶିବରାତ୍ରି ମହା ଉଲ୍ଲାସ ସହ ପାଳିତ ହୋଇଅଛି। ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ରେ ପ୍ରତିଷ୍ଠିତ ପଞ୍ଚସମ୍ଭୁଙ୍କ ପୀଠକୁ ରାଜ୍ୟ ଓ ରାଜ୍ୟବାହରୁ ହଜାର ହଜାର ପର୍ଯ୍ୟଟକଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ମହାଶିବରାତ୍ରି ଉପଲକ୍ଷେ ବୁଦ୍ଧଖୋଲରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଅନ୍ନଯଜ୍ଞ ଓ ଘୃତଯଜ୍ଞ ଅଧ୍ୟ ଅନୁଷ୍ଠିତ ହୋଇଥିଲା।ଏଥିସହ ବୁଦ୍ଧଖୋଲ ପାଦ ଦେଶରେ ଥିବା କୁବେରେଶ୍ୱର,ଆମ୍ବିଳିଝରସ୍ଥ ଗୁପ୍ତେଶ୍ଵର ଓ ଲୋକନାଥେଶ୍ୱର ,ବୁଗୁଡାର ସୋମନାଥ ଓ ବାଲୁଙ୍କେଶ୍ୱର, ଉଦୟପୁରର କପିଳେଶ୍ୱର,ବାଲିପଦରର ନିଲକଣ୍ଠେଶ୍ୱର ଓ ବାଲୁଙ୍କେଶ୍ୱର, ଗୋଲିଆର ଲଙ୍ଗଳେଶ୍ବର ଶୈବ ପୀଠ ସହ ବି କରଡ଼ାବାଡ଼ି, ଭଗବାନପୁର, ମୁକୁନ୍ଦପୁର ପ୍ରଭୃତି ଶୈବପୀଠରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା।ସେହିପରି ବୀର ଧନଞ୍ଜୟପୁର ଶାସନର ବାଲୁଙ୍କେଶ୍ୱର ପୀଠରେ ଜାଗର ଉତ୍ସବ ପାଳନ ସହ ବିଶ୍ୱଶାନ୍ତି ପାଇଁ ହୋମ ଅନୁଷ୍ଠିତ ହେବାସହ ମାଣିତରା କପିଳେଶ୍ୱର ପୀଠରେ ମହାଶିବରାତ୍ରି ପାଳନ ସହ ଅଷ୍ଟ ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଟିତ ହୋଇଥିଲା।ସେହିପରି ହରିଶରଣପୁରର ମୁକ୍ତେଶ୍ଵର, ପଙ୍କଳବାଡ଼ିର ସ୍ବପ୍ନେଶ୍ୱର,ଓ ତାକରଡ଼ାର ଚନ୍ଦ୍ରକଳ୍ପେଶ୍ୱର ପ୍ରଭୃତି ଶୈବପୀଠ ଗୁଡିକରେ ମଧ୍ୟ ମହାଶିବରାତ୍ରି ପାଳିତ ହୋଇଛି।