ଶୋକାକୁଳ ପରିବେଶରେ ସତ୍ୟନାରାୟଣଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ

ହାଟଡିହି, (ବିକାଶ ବିଶ୍ୱାଳ) :-,ଗତକାଲି ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋସି ନିକଟ କତରା ନିକଟରେ ଲୋକମାନଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମଣ୍ଟେକାଲ ନାମକ ଏକ ସର୍ଭେ ସଂସ୍ଥାର ଅଧିକାରୀ ଥିବା ସତ୍ୟନାରାୟଣ ନନ୍ଦଙ୍କ ପନ୍ଦାଡୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ଆଜି ସନ୍ଦ୍ୟାରେ ତାଙ୍କ ମରଶରୀର ଗାଁରେ ପହଞ୍ଚିବାପରେ ପନ୍ଦାଡୋ ସରପଞ୍ଚ ସଶ୍ମୀତା ସଝା, ସମାଜସେବୀ ନିକୁଞ୍ଜ ବିହାରୀ ଓଝା, ରବିନ୍ଦ୍ର କୁମାର କୁଅଁର, ସୁରେନ୍ଦ୍ର ରାଉତ, କୁଳମଣି ରାଉତ, ଉମାକାନ୍ତ ଜେନା, ମହେନ୍ଦ୍ର ଲେଙ୍କା, ନାରାୟଣ ଜେନା, ବିଶ୍ୱନାଥ ଜେନା, ଦାମୋଦର ଜେନା, ମାୟାଧର ଜେନା, ବାବୁଲା ଜେନାଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ ହୋଇ ଥିଲା । ତାଙ୍କର ଏପରି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ଦେଢ଼ବର୍ଷ ତଳେ ତାଙ୍କର ବଡଭାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରି ଥିବାବେଳେ ସତ୍ୟନାରାୟଣଙ୍କ ଏପରି ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଛି । ସତ୍ୟନାରାୟଣଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୃତ ସତ୍ୟନାରାୟଣଙ୍କ ବିଧବା ପତ୍ନୀ ଓ ଦୁଇଟି ଛୋଟ ଛୋଟ ଶିଶୁପୁତ୍ର ଅଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତକାଲି ଏହି ଅଧିକାରୀମାନେ ସର୍ଭେକାମ ସାରି ଏକ ସ୍କୋର୍ପିଓରେ ଫେରୁଥିବା ବେଳେ ସ୍କୋର୍ପିର୍ଓଟି ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହାକୁନେଇ ଉତ୍ତ୍ୟେକ୍ତ ଲୋକମାନେ ସ୍କୋର୍ପିର୍ଓରେ ବସିଥିବା ଅଧିକାରୀ ଦୁଇଜଣଙ୍କୁ ପ୍ରବଳ ପିଟାପିଟି କରିବାରୁ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ