ଶୋଭାରାମପୁର ଗୁଳି କାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ

ବାଲେଶ୍ୱର, (ସରୋଜ ପଣ୍ଡା):ଗତ କାଲି ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଶୋଭାରାମପୁର ଟାଇଲବସା ଠାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ।ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଲିପୁ ଓରଫ ମନୋରଞ୍ଜନ ବିନ୍ଧାଣି ସହିତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ତେଲେଙ୍ଗା କଟୁରୀ,୩ଟି ମଟର ସାଇକେଲ ଓ ୧୦ ଟି ମୋବାଇଲ ଫୋନ୍ ଜବତ ହୋଇଛି। ଏକ ଅପରାଧିକ ଗ୍ୟାଙ୍ଗ ର ନେତୃତ୍ୱ ନେବା ପାଇଁ ନିଜ ଭିତରେ ବଚସା ସୃଷ୍ଟି ରୁ ଏହି ଗୁଳି କାଣ୍ଡ ହୋଇଛି ବୋଲି ଏସପି ସାଗରିକା ନାଥ ସହଦେବଖୁଣ୍ଟା ଥାନା ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏସପି ଶ୍ରୀମତୀ ନାଥ କହିଥିଲେ,ବାଲେଶ୍ଵର ଅପରାଧ ଗ୍ୟାଙ୍ଗ ର ଲିଡର ହେବା ପାଇଁ ଗୋଟିଏ ଗ୍ୟାଙ୍ଗ ର ଦୁଇଟି ଗ୍ରୁପ୍ ମଧ୍ୟରେ ଦିନ ଦୁଇଟା ବେଳେ କଥା କଟାକଟି ହୋଇଥିଲା। ଲିପୁ ଓରଫ ମନୋରଞ୍ଜନ ବିନ୍ଧାଣି ଓ ଗୁଳି ମାଡ ର ଶିକାର ହୋଇଥିବା ବିନୟ କୁମାର ବିହାରୀ ଙ୍କ ମଧ୍ୟରେ ଲିଡରସିପ ପାଇଁ ଦାବିଦାର ଥିବା ବେଳେ ଦୁଇ ଗ୍ରୁପ ର କଥା କଟାକଟି ପରେ ସନ୍ଧ୍ୟାରେ ଲିପୁ ଗ୍ରୁପ ସଦସ୍ୟ ମାନେ ଅପରାହ୍ନ ସାଢେ଼ ପାଞ୍ଚଟା ବେଳେ ଶୋଭାରାମପୁର ଅନ୍ଧାରୀ ମଙ୍ଗଳା ଠାରେ ବିନୟ କୁ ଗୁଳି କରିଥିଲେ।ଗୁଳି ଟି ବିନୟଙ୍କ ବାମପଟ କାନ୍ଧରେ ବାଜି ଗୁରୁତର ହୋଇଥିଲା। ଏ ନେଇ ସହଦେବଖୁଣ୍ଟା ଥାନା ପକ୍ଷରୁ ୩୬୨/୨୩ ଦଫା ୧୪୭,୧୪୮,୩୪୧,୩୦୭,୧୪୯ ଆଇପିସି ୨୫/୨୭ ଆର୍ମ୍ସ ଆକ୍ଟ ମୂଳେ ମାମଲା ରୁଜୁ ହୋଇ ୧୨ ଘଣ୍ଟା ମଧ୍ୟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହଦେବଖୁଣ୍ଟା ଶୋଭାରାମପୁର ଅଞ୍ଚଳର ଲିପୁ ଓରଫ ମନୋରଞ୍ଜନ ବିନ୍ଧାଣି ସମେତ ୧୦ ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଛି ବୋଲି ଏସପି କହିଥିଲେ।ଗିରଫ ମାନେ ହେଲେ ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳର ଶିବୁ ଓରଫ ସନ୍ଦୀପ ରାଉତ(୧୯), ସରସ୍ଵତୀପୁର ଅଞ୍ଚଳର ଦୀପୁ ଓରଫ ଦୀପକ ବେହେରା(୨୨), ସମଲପୁର ବିଷ୍ଣୁ ନଗର ର ବାପୁ ଓରଫ, ଗୋପାଲ ସିଂହ (୨୩),ଅଚ୍ୟୁତପୁର ଅଞ୍ଚଳର ରଞ୍ଜନ କୁମାର ସାହୁ(୨୯),ଶୋଭାରାମପୁର ଅଞ୍ଚଳର ନୁନୁ ଓରଫ ସୁଶାନ୍ତ ଦାସ(୨୪),ଟାଉନ ଥାନା ସୁନହଟ ଅଞ୍ଚଳର ଗଣ ଓରଫ ସଞ୍ଜୀବ କୁମାର ଦେହୁରୀ(୨୪), ଖନ୍ତାପଡ଼ା ଥାନା ଜାବୁଡ଼ି ଗ୍ରାମର ବିଜୟ ଓରଫ ସତ୍ୟରଞ୍ଜନ ଦାସ(୨୪),ଶିଳ୍ପାଞ୍ଚଳ ଥାନା ସମଲପୁର କାରଗିଲ ନଗର ଅଞ୍ଚଳର ଟେରୁ ଓରଫ କାହୁଁ ନାୟକ(୩୮),ସହଦେବଖୁଣ୍ଟା ଥାନା ଶୋଭାରାମପୁର ଚୁଡ଼ାକଟା ସାହିର ଭାତୁଡୁ ଓରଫ ବୈକୁଣ୍ଠ ବୋଗାଲ(୩୩)।ଏହି ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ,ସହଦେବଖୁଣ୍ଟା ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ