ଶ୍ରମିକଙ୍କ ସମସ୍ୟା ନେଇ ହିନ୍ଦ ମଜଦୂର କିଷାନ ପଂଚାୟତର ଦାବିପତ୍ର
ଛତ୍ରପୁର (ଦେବଦତ୍ତ ମହାରଣା): ଓଡ଼ିଶାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଗଞ୍ଜାମ ଜିଲ୍ଲାରେ ରହିଥିବା ଶିଳ୍ପାୟନ ଗୁଡ଼ିକରେ ସମସ୍ତ ବର୍ଗର ଶ୍ରମିକମାନଙ୍କୁ କାମ ଯୋଗାଇବା, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ବିଭିନ୍ନ ସମସ୍ୟା ସମେତ ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ନ୍ୟାସନାଲ ଫ୍ରଂଟ ଅଫ ଇଣ୍ଡିଆ ଟ୍ରେଡ୍ ୟୁନିୟନର ଅନୁମୋଦିତ ହିନ୍ଦ ମଜଦୂର କିଷାନ ପଂଚାୟତର ଓଡ଼ିଶା ପ୍ରଦେଶ ସଚିବ ଶରତ କୁମାର ନାହାକ ଓ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ତ୍ରିପାଠୀ, ନ୍ୟାସନାଲ ଫ୍ରଂଟ ଅଫ ଇଣ୍ଡିଆ ଟ୍ରେଡ୍ ୟୁନିୟନର ସଙ୍ଗଠନ ରାଷ୍ଟ୍ରୀୟ ମୁଖ୍ୟ ଡ଼ଃ. ଦୀପକ ଜୟସୱାଲ ଙ୍କୁ ଛତିଶଗଡ଼ଠାରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।


