ଶ୍ରମିକମାନଙ୍କୁ ରିଲିଫ ବାଣ୍ଟିଲେ ମାରୱାଡ଼ି ସମାଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୩ ନମ୍ବର ୱାର୍ଡ଼ରେ ସିଅନ ଶ୍ରମିକ ବସ୍ତିରେ ଆଜି ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି ଶ୍ରମିକ ଦିବସ ପାଳନ ଅବସରରେ ଭୁବନେଶ୍ୱର ମହିଳା ମାରୱାଡ଼ି ସମାଜ ତରଫରୁ ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଅଛି । ଏହି ଉତ୍ସବରେ ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୩ ନମ୍ବର ୱାର୍ଡ଼ର କର୍ପୋରେଟର ଇତିଶ୍ରୀ ଦାସ ଏହି ଉତ୍ସବରେ ମୁଖ୍ୟ ପରିଚାଳକ ଭାବେ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ବେଳେ ଜଣାଶୁଣା ସମାଜସେବୀ, ବିଜୁ ଜନତା ଦଳର ବରିଷ୍ଠ ନାରୀନେତ୍ରୀ ତଥା ଭୁବନେଶ୍ୱର ବସ୍ତି ସଂଘର ସଭାନେତ୍ରୀ ବୀଣା ଦାସ ସବୁ ଶ୍ରମିକମାନଙ୍କୁ ଏକାଠି କରି ଏକ ବଡ଼ ସଭାର ଆୟୋଜନ କରିଥିବାରୁ ସମସ୍ତେ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକମାନଙ୍କୁ ବହୁ ଯୋଜନାରେ ସାମିଲ୍ କରି ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବା ସଙ୍ଗେ ସଙ୍ଗେ ଅଣ ସଂଗଠିତ କ୍ଷେତ୍ରରେ ଥିବା ଶ୍ରମିକମାନଙ୍କ ପାଇଁ ଖୁବ୍ ଶୀଘ୍ର ସରକାରୀ ନୀତି ଘୋଷଣା କରିବାକୁ ଯାଉଛନ୍ତି ବୋଲି ମାନ୍ୟବର ବିଧାୟକ ଶ୍ରୀ ରାଉତ ଏହି ସଭାରେ ଘୋଷଣା କରିଥିଲେ । ଶ୍ରମିକମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ଯୋଗୁ ଓଡ଼ିଶା ଆଜି ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି ଡ଼େପୁଟି ମେୟର ମଞ୍ଜୁଲତା କଅଁର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଁ ପାରୁ ପର୍ଯ୍ୟନ୍ତ ସବୁ ସମୟ ଏବଂ ଶ୍ରମ ଦେଇ ଶ୍ରମିକ ଭାଇ ଭଉଣୀମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ଲଢେଇ ଏବଂ କର୍ତ୍ତବ୍ୟ ଜାରି ରଖିବି ବୋଲି କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ କହିଥିଲେ । ପରେ ପରେ ବସ୍ତି ସଂଘର ସମ୍ପାଦକ ରମେଶ ବାବୁ ଶ୍ରମିକମାନଙ୍କୁ ଜଣ ଜଣ କରି ମଞ୍ଚ ଉପରକୁ ଡ଼ାକି ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରିବା ସଙ୍ଗେ ସଙ୍ଗେ ମାରୁୱାଡ଼ି ସମାଜ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିଲିଫ ପ୍ୟାକେଟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ