ଶ୍ରମିକ ଦିବସରେ ତୃତୀୟ ଲିଙ୍ଗ ଶ୍ରମିକଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ମଇ ୦୧ ତାରିଖ, ବିଶ୍ୱ ଶ୍ରମିକ ଦିବସ। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଳନ ହୋଇଛି ବିଶ୍ୱ ଶ୍ରମିକ ଦିବସ। ହେଲେ ବୁଗୁଡା ଏନଏସିର ୫ ଜଣ ଶ୍ରମିକ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ସ୍ଥାନରେ ଅଛନ୍ତି ଜଣେ ତୃତୀୟ ଲିଙ୍ଗର ଶ୍ରମିକ। ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ବୁଗୁଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଏନଏସି ଅଫିସରୁ ଏକ ଶ୍ରମିକ ରାଲି ବାହାରି ସହର ପରିକ୍ରମା କରିଥିଲେ। ଏହି ଦିବସ ଉପଲକ୍ଷେ ଏନଏସି ଅଫିସ ପରିସରରେ ଏକ ସଭା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଅତିଥି ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଯୋଗ ଦେଇଥିଲେ। ଏହି ଅବସରରେ ୫ ଜଣ ଶ୍ରମିକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଣେ ତୃତୀୟ ଲିଙ୍ଗ ଶ୍ରମିକ ହର ପ୍ରସାଦ ନାୟକ ଶ୍ରେଷ୍ଠ ପୁରସ୍କାର ପାଇ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଗୌରବ ଆଣିପାରିଛନ୍ତି । କିନ୍ନର ମାନଙ୍କୁ ସରକାର ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ ସହ ସେମାନଙ୍କୁ ଦେଶର ମୁଖ୍ୟ ଶ୍ରୋତାରେ ସାମିଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ବୁଗୁଡା ଏନଏସି ତୃତୀୟ ଲିଙ୍ଗ ଶ୍ରମିକ ହର ପ୍ରସାଦ ନାୟକଙ୍କୁ ସହରର ପ୍ରତ୍ୟେକ ଘର ଆଗରୁ ମଇଳା ଉଠାଇ କମ୍ପୋଷ୍ଟ କେନ୍ଦ୍ରକୁ ନେବାପାଇଁ ବ୍ୟାଟେରୀ ଚାଳିତ ଗାଡି ଦେଇଥିବା ବେଳେ ସେ ଉତ୍ତମ କାର୍ଯ୍ୟକରି ପୁରସ୍କୃତ ହୋଇ ଅନ୍ୟ କିନ୍ନରଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଓଡ଼ିଶାରେ ଉଦାହରଣ ସୃଷ୍ଟି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ