ଶ୍ରମିକ ଦିବସରେ ପେସାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ
ଫୁଲବାଣୀ, (ସୁନୀଲ କୁମାର ବେହେରା):କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ରେ କନ୍ଧମାଳ ଜିଲାର ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିଜ ସଙ୍ଘ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୁନୀଲ ପଟ୍ଟନାୟକ ଜଣେ ଦକ୍ଷ ସଂଗଠକ ଓ ସମଭାବାପର୍ଣ୍ଣ ବ୍ୟକ୍ତି ତେଣୁ ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି।ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଇଣ୍ଡିଆ ମିଡ଼ିଆ ୱର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଏସୋସିଏସନ, ନୂଆ ଦିଲ୍ଲୀ ବ
ବାଲ୍ଲା ଭାସ୍କର, ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ସଭାପତି ମନୋଜ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପରମାନନ୍ଦ ଦାସ, ଡ଼ଃ. ଅରୂପ ଜେନା, ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଈ ପୁଷ୍ପ ଗୁଛ, ଉପଢୌକନ,ଓ ସ୍ମାରକୀ ଦେଈ ସମ୍ବର୍ଦ୍ଧିତ କରିଥିଲେ lବିଶେଷ କରି ଦିର୍ଘ ଚାରି ଦଶନ୍ଧି ଧରି ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ କରି ନିଜ ଅଂଚଳ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ରୁ ସମ୍ବର୍ଦ୍ଧିତ କରାଯାଇଥିଲା l


