ମହିପାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା ସରକାରୀ ଉଚ୍ଚ ବିଦ୍ୟାଳୟ, ମହିପାଳର ଶିକ୍ଷୟିତ୍ରୀ ଜୟନ୍ତୀ ଲେଙ୍କାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀ ଦିପାଞ୍ଜଳୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷୟିତ୍ରୀ ଜୟନ୍ତୀ ଲେଙ୍କାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୬ବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟ କରିଆସିଥିବା ଶ୍ରୀମତୀ ଲେଙ୍କା ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଭାବରେ ବେଶ ସୁନାମ ଆଣିଥିଲେ । ତାଙ୍କର ସମୟାନୁବର୍ତ୍ତିତା, ଛାତ୍ରବତ୍ସଳତା ଓ କର୍ତ୍ତବ୍ୟ ପରାୟଣତା ଯୋଗୁଁ ସେ ସବୁଦିନ ପାଇଁ ଚିରସ୍ମରଣୀୟ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୋନାଲି ସାମନ୍ତରାୟ, ଅହଲ୍ୟା ସାହୁ, ରେହେଲା ମୁଜିଦ, ପିତାମ୍ବର ସାହୁ, ସି.ଆର.ସି.ସି. ଦେବାଶିଷ ସାହୁଙ୍କ ସମେତ ସ୍କୁଲର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ମଧ୍ୟ ତାଙ୍କ କାର୍ଯ୍ୟାଳୟକୁ ଡକାଇ ଶିକ୍ଷୟିତ୍ରୀ ଶ୍ରୀମତୀ ଲେଙ୍କାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ରହୁ ବୋଲି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ