ଶ୍ରମିକ ସ୍ପେଶାଲ ଟ୍ରେନରେ ୧୯ଦିନରେ ୨୧ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଗୃହରାଜ୍ୟରେ ପହଞ୍ଚାଇଲା

ନୂଆଦିଲ୍ଲୀ : ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର‌୍ୟ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସେମାନଙ୍କ ଗୃହ ରାଜ୍ୟକୁ ଫେରାଇ ଆଣିବା ଲାଗି ଗୃହ ମନ୍ତ୍ରଣାଳୟର ଆଦେଶକ୍ରମେ ଭାରତୀୟ ରେଳବାଇ ପକ୍ଷରୁ ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ୧୯ ମେ ୨୦୨୦ ସୁଦ୍ଧା (ଅପରାହ୍ଣ ୪ଟା ସୁଦ୍ଧା), ସାରା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୫୯୫ଟି ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଳାଚଳ କରାଯାଇଛି। ବର୍ତ୍ତମାନସୁଦ୍ଧା ୨୧ ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଗୃହ ରାଜ୍ୟରେ ପହଞ୍ଚିପାରିଛନ୍ତି ।ଆନ୍ଧ୍ର ପ୍ରଦେଶ, ବିହାର, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଓଡ଼ିଶା, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡିଗଡ଼ ଓ ପୁଡୁଚେରୀରୁ ଏହି ୧୫୯୫ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଯାଇଥିଲା। ଏହି ଟ୍ରେନଗୁଡ଼ିକ ଯାତ୍ରୀମାନଙ୍କୁ ନେଇ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ମଣିପୁର, ମିଜୋରାମ, ଓଡ଼ିଶା, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଞ୍ଜାବ ଆଦି ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ ପହଞ୍ଚିଛି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯାଉଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ ମାଗଣାରେ ଭୋଜନ ଏବଂ ପିଇବା ପାଣି ଯୋଗାଇ ଦିଆଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ