ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସହଯୋଗ କରିବା ପାଇଁ ସେନା ମୁତୟନ କରିବାକୁ ଦାବି କରି ଯଶୱନ୍ତ ରାଜଘାଟରେ ଧାରଣାରେ ବସିଥିଲେ । ଲକଡାଉନ ନିୟମ ଉଲ୍ଲଂଘନ କରି ସିହ୍ନା ଧାରଣାରେ ବସିଥିବାରୁ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲେ । ତେବେ ଏହି ପୂର୍ବତନ ବିଜେପି ନେତା ତାଙ୍କ ଗିରଫ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସରକାରଙ୍କ କଡ଼ା ସମାଲୋଚକ ଯଶୱନ୍ତ ସିହ୍ନା କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ପ୍ରଶାସନିକ ଅଧିକାରୀମାନେ ପ୍ରବାସୀଙ୍କ ପ୍ରସଙ୍ଗରେ ବିଫଳ ହୋଇଛନ୍ତି । ଅନେକ ପ୍ରବାସୀ ଶ୍ରମିକ ଘରକୁ ଚାଲି ଚାଲି ଫେରିବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ଏଥିପାଇଁ ଅନେକଙ୍କର ରାସ୍ତାରେ ମୃତ୍ୟୁ ହୋଇ ଯାଉଛି । ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସହଯୋଗ କରିବା ପାଇଁ ସେନା ମୁତୟନ କରାଯାଉ ବୋଲି ସିହ୍ନା ଦାବି କରିଛନ୍ତି । ସିହ୍ନା କହିଛନ୍ତି ତାଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେ ଧାରଣା ଜାରି ରଖିବେ । ଯଶୱନ୍ତଙ୍କ ସହ ଧାରଣାରେ ସାମିଲ ହୋଇଥିବା ‘ଆପ’ ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ