ଜେଇ ମୁଖ୍ୟ ପରୀକ୍ଷା ପାଇଁ ଅନଲାଇନ ଆବେଦନ ଲାଗି ଶେଷ ସୁଯୋଗ ଚଳିତ ମାସ ୧୯ ରୁ ୨୪

ନୂଆଦିଲ୍ଲୀ : ଭାରତୀୟ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ମୁଖ୍ୟ ପରୀକ୍ଷା ପାଇଁ ଅନଲାଇନ ଆବେଦନର ଅନ୍ତିମ ସୁଯୋଗ ଦେବାକୁ ଜାତୀୟ ପରୀକ୍ଷା କର୍ତ୍ତୃପକ୍ଷ (ଏନଟିଏ) ଙ୍କୁ ପରାମର୍ଶ ଦେଇଛନ୍ତି । ଅନେକ ଭାରତୀୟ ଛାତ୍ରଛାତ୍ରୀ ବିଦେଶୀ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଥିଲେ, ତେବେ କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ଦେଶରେ ଅଧ୍ୟୟନ କରିବା ଲାଗି ଯୁଗ୍ମ ପ୍ରବେଶିକା ମୁଖ୍ୟା ପରୀକ୍ଷା ଦେବାକୁ ସ୍ଥିର କରିଛନ୍ତି । ଏହାକୁ ବିଚାରକୁ ନେଇ କେନ୍ଦ୍ର ମନ୍ତ୍ରୀ ଏନଟିଏକୁ ଏହି ପରାମର୍ଶ ଦେଇଛନ୍ତି । ଯେଉଁମାନେ ମୁଖ୍ୟ ପରୀକ୍ଷା ନିମନ୍ତେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ସୀମା ଲାଗୁ ହେବ । କୋଭିଡ-୧୯ ଯୋଗୁଁ ସୃଷ୍ଟି ପରିସ୍ଥିତିକୁ ହୃଦୟଙ୍ଗମ କରି ଏନଟିଏ ଯୁଗ୍ମ ମୁଖ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ଶେଷ ସୁଯୋଗ ପ୍ରଦାନ କରୁଛି । ଏହା ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ, ଅନଲାଇନ ଆବେଦନ ଫର୍ମ ଜେଇ ୱେବସାଇଟ jeemain.nta.nic.inରେ ମେ’ ୧୯ ରୁ ୨୪ ମଧ୍ୟରେ ଉପଲବ୍ଧ ହେବ । ଦାଖଲ/ସମ୍ପୂର୍ଣ୍ଣ ପୂରଣ କରାଯାଇଥିବା ଆବେଦନ ପତ୍ର ସନ୍ଧ୍ୟା ୦୫.୦୦ ମଧ୍ୟରେ ଗ୍ରହଣ କରାଯିବ ଏବଂ ଏହାର ଦେୟ ଦାଖଲ ରାତି ୧୧.୩୦ ମଧ୍ୟରେ ପଇଠ କରିବାକୁ ହେବ । ଆବଶ୍ୟକ ଦେୟ କ୍ରେଡିଟ/ଡେବିଟ କାର୍ଡ/ନେଟ ବ୍ୟାଙ୍କିଂ/ୟୁପିଆଇ ଏବଂ ପେଟିଏମ ଜରିଆରେ ପଇଠ କରାଯାଇପାରିବ । ସବିଶେଷ ବିବରଣୀ ପାଇଁ ପ୍ରାର୍ଥୀମାନେ ଆମ ୱେବସାଇଟ jeemain.nta.nic.inରେ କରାଯାଇଥିବା ଅପଲୋଡକୁ ଦେଖିପାରିବେ । ସବିଶେଷ ତଥ୍ୟ ପାଇଁ ପ୍ରାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ jeemain.nta.nic.in ଏବଂ www.nta.ac.in ପରିଦର୍ଶନ କରିବାକୁ ଅନୁରୋଧ । ଅଧିକ ସ୍ପଷ୍ଟିକରଣ ପାଇଁ ପ୍ରାର୍ଥୀମାନେ ୮୨୮୭୪୭୧୮୫୨, ୮୧୭୮୩୫୯୮୪୫, ୯୬୫୦୧୭୩୬୬୮, ୯୫୯୯୬୭୬୯୫୩ କିମ୍ବା ୮୮୮୨୩୫୬୮୦୩ ନମ୍ବରକୁ ଯୋଗାଯୋଗ କରିପାରିବେ ଅଥବା jeemain@nta.ac.in କୁ ମେଲ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ