ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ବାସ୍ତୁକଳା ଶିଳ୍ପ କାର୍ଯ୍ୟଳୟ ଉଦଘାଟନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନ.ଏ.ସି ର ମୁଖ୍ୟ ସଡକର ପୁରୁଣା ଫାଣ୍ଡି ଛକ ନିକଟରେ ଏସ୍.ଜି ଅର୍ଚିଟେକ୍ଟର (ବାସ୍ତୁ କଳା ଶିଳ୍ପ ) କାର୍ଯ୍ୟାଳୟକୁ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ନାଗପୁର ଏନ୍ଆଇଟି ଅନୁଷ୍ଠାନରୁ ତାଲିମ ନେଇଥିବା ପ୍ରିନ୍ସିପାଲ ଅର୍ଚିଟେକ୍ଟ୍ ସାଇରାମ ଗୌଡ଼ ଏହାର ମୁଖ୍ୟ ଉଦ୍ୟୋକ୍ତା । ଏଥିରେ ବାସ୍ତୁ କଳା ଶିଳ୍ପ ସହ ଭିତର ସାଜସଜ୍ଜା , କୋଠା ବାଡି ନିର୍ମାଣ ଶୈଳୀ, ନିର୍ମାଣ ଅନୁମୋଦନ ,ମୂଲ୍ୟ ଆକଳନ ପ୍ରମୁଖ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟଳୟ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ଓ ସୌନ୍ଦର୍ଯ୍ୟ ଘର ଓ ଅଟ୍ଟାଳିକା ନିର୍ମାଣ ହୋଇପାରିବ। ବାସ୍ତୁ ଅନୁସାରେ ଘର ନିର୍ମାଣ କଲେ ପରିବାର ଓ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇବ । ଯାହାକୁ ନେଇ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଖୁସି ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବ ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ, ବିକ୍ରମ କୁମାର ନାୟକ, ପାଣ୍ଡିରିପଡ଼ା ସରପଞ୍ଚ ରଘୁନାଥ ଭୁୟାଁ, ମନମୋହନ ଗୌଡ଼, ସୁକାନ୍ତ କୁମାର ଭୂୟାଁଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ